Advertisment

ଦୁର୍ଘଟଣା ପରେ ଜଳିଲା ଡମ୍ଫର ଓ ବାଇକ; ଚାଳକ ମୃତ

ଡମ୍ଫର ଧକ୍କାରେ ଜଳିଗଲା ବାଇକ୍। ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ଡମ୍ଫର ଧକ୍କାରେ ଜଳିଗଲା ବାଇକ୍। ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନ ଅନ୍ତର୍ଗତ ତଲସେରା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। 

Advertisment

ସୂଚନା ମୁତାବକ, କୁଆଁରମୁଣ୍ଡା ପଟୁ ଏକ ଡମ୍ଫର ବାଲି ନେଇ ବୀରମିତ୍ରପୁର ଆସୁଥିବା ବେଳେ ବୀରମିତ୍ରପୁର ଆଡୁ କୁଆଁରମୁଣ୍ଡା ଯାଉଥିବା ଏକ ବାଇକ ସହ ତଲସେରା ନିକଟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସ୍ଥଳରେ ନିଆଁ ଲାଗିଯିବାରୁ ଦୁର୍ଘଟଣା ଘଟାଇଥିବା ଡମ୍ଫର ଓ ବାଇକ ଜଳି ଉଠିଥିଲା। ଏହି ନିଆଁରେ ଚାଳକଙ୍କ ମୃତଦେହର କିଛି ଅଂଶ ମଧ୍ୟ ପୋଡ଼ିଯାଇଛି।

ସୂଚନା ପାଇ ବୀରମିତ୍ରପୁର ଥାନା ପୁଲିସ ଓ କୁଆଁରମୁଣ୍ଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ଦୁର୍ଘଟଣା ଘୋଟାଇବା ପରେ ଡମ୍ଫର ଚାଳକ ଫେରାର ହୋଇଯାଇଛି। ପୁଲିସ ଏନେଇ ଏକ ମାମଲା କରି ଘଟଣାର ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ବୀରମିତ୍ରପୁରରୁ ରାକେଶ ସାହୁ

Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe