Advertisment

ହୁସିଆର! ଷ୍ଟିଲ୍‌ ସିଟିରେ ମିଳୁଛି ନକଲି ତେଲ

ରାଉରକେଲା ପ୍ଳାଣ୍ଟ ସାଇଡ୍‌ ଥାନା ଏବି ଲେନ୍‌ରେ ଏମ୍‌ଡି ଜାକିର ହୁସେନ୍‌ ଓ ସୟଦ ଅକ୍‌ତର ନିଜ ଘରେ ତିଆରି କରୁଥିଲେ ନକଲି ତେଲ। ଉଭୟ କୋଲକାତା ଓ ରାୟପୁରରୁ ତରଳ ପଦାର୍ଥ(ତେଲ ଭଳି ଦେଖାଯାଉଥିବା ତରଳ ପଦାର୍ଥ) ଆଣୁଥିଲେ।

Rourkela

Rourkela

Advertisment

ଆପଣ ଦେହରେ କେଉଁ ତେଲ ମାରୁଛନ୍ତି? ହୁସିଆର୍‌! ମାର୍କେଟରେ ବୁଲୁଛି ନାମୀଦାମୀ କମ୍ପାନୀ ନାଁରେ ନକଲି ତେଲ୍‌। ଆଜି ଏମିତି ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି ରାଉରକେଲା ପୁଲିସ୍‌। ଏହି ମାମଲାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ନିହାର ନେଚୁରାଲ୍‌ ଓ ବଜାଜ ଆଲ୍‌ମଣ୍ଡର ନକଲି ତେଲ ଜବତ କରିଛି।

Advertisment

ରାଉରକେଲା ପ୍ଳାଣ୍ଟ ସାଇଡ୍‌ ଥାନା ଏବି ଲେନ୍‌ରେ ଏମ୍‌ଡି ଜାକିର ହୁସେନ୍‌ ଓ ସୟଦ ଅକ୍‌ତର ନିଜ ଘରେ ତିଆରି କରୁଥିଲେ ନକଲି ତେଲ। ଉଭୟ କୋଲକାତା ଓ ରାୟପୁରରୁ ତରଳ ପଦାର୍ଥ(ତେଲ ଭଳି ଦେଖାଯାଉଥିବା ତରଳ ପଦାର୍ଥ) ଆଣୁଥିଲେ। ଯେଉଁଥିରେ ବିଭିନ୍ନ ଫ୍ଲେବର ମିଶାଇ ତିଆରି କରୁଥିଲେ ସୁଗନ୍ଧ ନିହାର ନେଚୁରାଲ୍‌ ନଡ଼ିଆ ତେଲ ଓ ବଜାଜ ଆଲ୍‌ମଣ୍ଡ ତେଲ। ପରେ ସେହି ତେଲକୁ ନିଆର ଓ ବଜାଜ ଆଲ୍‌ମଣ୍ଡ ବୋତଲରେ ପ୍ୟାକିଂ କରୁଥିଲେ। ତା’ପରେ ସେହି ତେଲକୁ ବୁଲା ବେପାରୀଙ୍କୁ ଦେଉଥିଲେ। ଯାହା କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୋଣେଇ ପରି ଦୁର୍ଗମ ଅଞ୍ଚଳରେ ବିକ୍ରି ହେଉଥିଲା। ଅସଲି ଭାବି ଗାଁ ଲୋକେ ସେହି ନକଲି ତେଲକୁ ଅଧିକ ଦାମରେ କିଣି ନେଉଥିଲେ। ଜାକିର ହୁସେନ୍‌ ଓ ସୟଦ ଅକ୍‌ତର ଦୀର୍ଘ ଦିନ ଧରି ନିଜର ଏହି ବେପାର ଚଳାଇଥିଲେ।

କୌଣସି ସୂତ୍ରରୁ ଖବର ପାଇଁ ପ୍ଲାଣ୍ଟ ସାଇଡ୍‌ ଥାନା ପୁଲିସ୍‌ ବୁଧବାର ଜାକିର ହୁସେନ୍‌ ଓ ସୟଦ ଅକ୍‌ତରଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ଆଜି ମଧ୍ୟ ଚାଲିଥିଲା। ପୁଲିସ୍‌ ଉଭୟଙ୍କୁ ଗିରଫ କରିବା ସହିତ ୧୫ ଶହରୁ ଅଧିକ ନକଲି ତେଲ ଜବତ କରିଥିଲା। ଏହି ସହ ପ୍ୟାକିଂ ହୋଇଥିବା ନକଲି ନିହାର ନେଚୁରାଲ୍‌ ଜସ୍ମିନ୍‌ ତେଲ ୧୦୫୪ ବୋତଲ, ୫୯୨ବୋତଲ ବଜାଜ ଆଲ୍‌ମଣ୍ଡ ତେଲ, ଦୁଇ କମ୍ପାନୀର ଲୋଗୋ ଓ ଷ୍ଟିକର ଜବତ କରିଥିଲା। ତେବେ ରାଜ୍ୟ ବାହାରକୁ ଏହି ତେଲ ଯାଇଛି କି ନାହିଁ, ତାହା ଉପରେ ପୁଲିସ୍‌ ତଦନ୍ତ କରୁଛି।

Advertisment

କିଛି ଦିନ ତଳେ ରାଉରକେଲା ପ୍ଳାଣ୍ଟ ସାଇଡ୍‌ ଥାନା ଅଞ୍ଚଳରୁ ନକଲି ଇଞ୍ଜିନ ଅଏଲ୍‌ ଜବତ କରିଥିଲା।

ରିପୋର୍ଟ-ରାଉରକେଲାରୁ ପବନ ତିୱାରୀ

Rourkela Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe