Advertisment

ମଦ ପାଇଁ ଗଡ଼ିଲା ମୁଣ୍ଡ, ରକ୍ତର ହୋଲି ଖେଳିଲା ବଡ଼ଭାଇ!

ଚିତ୍କାର ଶୁଣି ସାହି ପଡ଼ିଶା ସେଠାକୁ ଚାଲି ଆସିଥିଲେ। ସେତେବେଳେ ବୁଧରାମ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିଲେ। ତାଙ୍କର ମୃତ୍ୟୁ ହୋଇସାରିଥିଲା। ପରିବାର ଲୋକ ଏନେଇ ବୀରମିତ୍ରପୁର ଥାନାରେ ଅଭିଯୋଗ କରିଥିଲେ।

author-image
Manoranjan Sial
Crime

Crime

ମଦ ପାଇଁ ଗଡ଼ିଲା ମୁଣ୍ଡ! ରକ୍ତର ହୋଲି ଖେଳିଳା ବଡ଼ଭାଇ। ସର୍ବସ୍ୱାନ୍ତ ହେଲା ପରିବାର। ବଡ଼ଭାଇର ଶାବଳ ପାହାରରେ ସାନ ଭାଇର ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ବଡ଼ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ବୀରମିତ୍ରାପୁର ଥାନା ବାରାବାଶ ଗୌଡ଼ଟୋଲି ବସ୍ତି ଶିବାଜୀ ମାଝି ଓ ତାଙ୍କ ସାନ ଭାଇ ମଙ୍ଗଳବାର ବିଳମ୍ୱିତ ରାତିରେ ମଦ ପିଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ମଦ ନିଶାରେ ଉଭୟଙ୍କ ଭିତରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଧୀରେ ଧୀରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ଭାଇ ଶିବାଜୀ ଘରେ ଥିବା ଶାବଳରେ ସାନ ଭାଇ ବୁଧରାମଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ସେ ତଳେ ପଡ଼ିଯାଇଥିଲେ।

ଚିତ୍କାର ଶୁଣି ସାହି ପଡ଼ିଶା ସେଠାକୁ ଚାଲି ଆସିଥିଲେ। ସେତେବେଳେ ବୁଧରାମ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିଲେ। ତାଙ୍କର ମୃତ୍ୟୁ ହୋଇସାରିଥିଲା। ପରିବାର ଲୋକ ଏନେଇ ବୀରମିତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ବୁଧରାମଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ହତ୍ୟା ଅଭିଯୋଗରେ ପୁଲିସ୍‌ ବଡ଼ଭାଇ ଶିବାଜୀକୁ ବାରାବାଶ ଗୌଡ଼ଟୋଲି ବସ୍ତି ନିକଟରୁ ଗିରଫକରି କୋର୍ଟ ଚାଲାଣ କରିଛି।

Advertisment

ରିପୋର୍ଟ-ବୀରମିତ୍ରପୁରରୁ ରାକେଶ ସାହୁ

Murder Sundargarh Crime Story