/odisha-reporter/media/post_attachments/uploadimage/library/16_9/16_9_0/Hospital__1678005699.jpg)
Hospital
ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଯିବା ଯୋଗୁ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ରାଉରକେଲା ସହରର ରେଲୱେ କଲୋନୀର ଛୋଟା ପାର୍କ ନିକଟରେ।
ଆଜି ପ୍ରାୟ ଦିନ ସାଢେ଼ ୧୨ଟା ସମୟରେ ଏହି ଘଟଣା ଘଟିଥିଲା। ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍ରୁ ଟାଙ୍କି ଓହ୍ଲାଇବା ସମୟରେ ଗ୍ୟାସ ଲିକ୍ ହୋଇଥଲା । ସେତେବେଳେ ସେହି ନିକଟରେ ଏକ ଚୁଲିରେ ନିଆଁ ଜଳୁଥିଲା। ଗ୍ୟାସ୍ ଲିକ୍ ହେବା ପରେ ନିଆଁ ସଂସ୍ପର୍ଶରେ ଆସି ଯାଇଥିଲା ଓ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଉକ୍ତ ନିଆଁକୁ ଲିଭାଇବାକୁ ଯାଇ ୪ ଜଣ ପୋଡ଼ି ହୋଇଛନ୍ତି। ସେମାନଙ୍କ ଶରୀରର ପ୍ରାୟ ୩୦% ପୋଡ଼ି ଯାଇଛି।
ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କର ସମସ୍ତ ଆବଶ୍ୟକୀୟ ଚିକିତ୍ସା କରାଯାଉଛି ବୋଲି ରାଉରକେଲା ସରକାରୀ ହସପିଟାଲର ଡାକ୍ତର ରଜତ କୁମାର ସଧୁଆଲ କହିଛନ୍ତି।
ଅସାବଧାନତା ଓ ଅବହେଳା ଯୋଗୁ ଏହି ଘଟଣା ଘଟିଛି ବୋଲି କୁହାଯାଉଛି। ଚୁଲି ବା ନିଆଁ ଜଳୁଥିବା ସ୍ଥାନରେ ଗ୍ୟାସ୍ ସିଲିଣ୍ଡର ଓହ୍ଲାଇବାର ନଥିଲା ବୋଲି କୁହାଯାଉଛି। ସେହିପରି ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର ଗୁଡ଼ିକୁ ଠିକ୍ ଭାବେ ଯାଞ୍ଚ କରାଯିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
