Advertisment

ସୁନ୍ଦରଗଡ଼ ମେଡିକାଲ କଲେଜରେ ଚାକିରି ଦେବା ନାଁରେ ଠକେଇ ଘଟଣାରେ ୪ ଗିରଫ

୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ପୁଲିସ୍ ଗୋଟିଏ କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କରିଛି।

ଅଦ୍ୟତନ ହୋଇଛି
Medical College

Medical College

Advertisment

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଚାକିରି ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍। ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସୁଶାନ୍ତ ମାଝୀ, ଚୈତନ୍ୟ ତନ୍ତି, ମଦନ ଗର୍ଡିଆ ଓ ଆଶିଷ ନାଏକ। ଆଉ ଜଣେ ଅଭିଯୁକ୍ତ ଫେରାର ରହିଛନ୍ତି। ତାଙ୍କ ନାଁ ହେମନ୍ତ ନାଏକ ଓରଫ ଗୁଲାବ।

୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ପୁଲିସ୍ ଗୋଟିଏ କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କରିଛି। ଏଥିରେ ନକଲି ନିଯୁକ୍ତି ପତ୍ର ତିଆରି କରି ଅଭିଯୁକ୍ତମାନେ ଲୋକଙ୍କୁ ଦେଉଥିଲେ।

Advertisment

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଆଟେଣ୍ଡାଣ୍ଟ, ସୁପରଭାଇଜର, ସିକ୍ୟୁରିଟି ଗାର୍ଡ ଓ ରିସେପସନିଷ୍ଟ ଭାବେ ଚାକିରି କରାଇ ଦେବାକୁ କହି ଅଭିଯୁକ୍ତମାନେ ଲୋକଙ୍କ ଠାରୁ ଟଙ୍କା ନେଉଥିଲେ ଏବଂ ଜାଲ୍ ନିଯୁକ୍ତି ପତ୍ର ଦେଉଥିଲେ। ଜାଲ୍ ନିଯୁକ୍ତି ପତ୍ର ବଦଳରେ ଅଭିଯୁକ୍ତମାନେ ଚାକିରି ଆଶାୟୀମାନଙ୍କ ଠାରୁ ୪୦ ହଜାରରୁ ୧ ଲକ୍ଷ ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ନେଇଥିଲେ।

ଏ ସଂପର୍କିତ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଠକେଇର ଶିକାର ହୋଇଥିବା କିଛି ଯୁବକଯୁବତୀ ସୁନ୍ଦରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି।

Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe