Advertisment

ଲୋକଙ୍କୁ ନଦେଇ ମାଟି ତଳେ ଓ ସେପ୍ଟି ଟାଙ୍କିରେ ପୋତି ଦେଲେ ବସ୍ତା ବସ୍ତା ଚାଉଳ

ଗରିବ ଲୋକଟିଏ ଚାଉଳ ପାଉ ନଥିବା ବେଳେ ମାଟି ତଳୁ ବସ୍ତା ବସ୍ତା ଚାଉଳ ବାହାରିବା ପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
rice

rice

Advertisment

ଗରିବ ଲୋକଙ୍କ ପେଟକୁ ଦାନା ଦେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ବସ୍ତା ବସ୍ତା ଚାଉଳ ଆସୁଛି। ହେଲେ ଏହି ଚାଉଳର ସଠିକ୍ ବନିଯୋଗ କରାଯାଉ ନାହିଁ। କେତେ ବେଳେ ଏହି ଚାଉଳ ଗରିବ ଲୋକଙ୍କୁ ଦିଆନଯାଇ ବାଟମାରଣା ହେଉଛି ତ ଆଉ କେତେବେଳେ ମାଟି ତଳେ ଓ ସେପ୍ଟି ଟାଙ୍କିରେ ପୋତି ଦିଆଯାଉଛି। ଏପରି ସମାନ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ।

Advertisment

ବଣାଇ ବ୍ଲକର ବଡ଼ ଗୋଗୁଆ ପଞ୍ଚାୟତ କାର୍ଯ୍ୟାଳୟକୁ କିଛି ଗ୍ରାମବାସୀ କୌଣସି କାମରେ ଆସିଥିଲେ। ପାଣି ପିଇବାକୁ ପଞ୍ଚାୟତ କାର୍ଯ୍ୟାଳୟ ପଛପଟୁ ଟିବା ବେଳେ ଚାଉଳ ପୋତାଯାଇଥିବା ଗ୍ରାମବାସୀ ଦେଖିଥିଲେ। ମାଟି ଆଡ଼େଇ ଦେଖିଲା ବେଳକୁ ତା’ ଭିତରୁ ଚାଉଳ ବାହାରିଥିଲା। ସେହିପରି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବେ ସେପ୍ଟି ଟାଙ୍କିରୁ ମଧ୍ୟ ବସ୍ତାବସ୍ତା ଚାଉଳ ବାହରିଥିଲା। ଗ୍ରାମବାସୀ ଏହା ଦେଖି ତାଜୁବ ହୋଇଯାଇଥିଲେ।

ଗରିବ ଲୋକଟିଏ ଚାଉଳ ପାଉ ନଥିବା ବେଳେ ମାଟି ତଳୁ ବସ୍ତା ବସ୍ତା ଚାଉଳ ବାହାରିବା ପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ସରପଞ୍ଚ ଓ ଯୋଗାଣ ନିରିକ୍ଷକଙ୍କୁ ଜଣାଇଥିଲେ। କେବେଠୁ ଏହି ଚାଉଳ ମାଟି ତଳେ ପୋତା ଯାଇଥିଲା ତାହା ଜଣାପଡ଼ି ନାହିଁ। କିଏ ଏହି ଚାଉଳ ମାଟି ତଳେ ଓ ସେପ୍ଟି ଟାଙ୍କିରେ ପୋତିଥିଲେ ତାହା ମଧ୍ୟ ଜଣାପଡ଼ିନାହିଁ। ଏନେଇ ସରପଞ୍ଚ କହିଛନ୍ତି, ଚାଉଳ ପୋତା ହୋଇଛି ବୋଲି ମୁଁ ଜାଣିନାହିଁ। ଷ୍ଟକ୍‌ ଥିବା ପୁରୁଣା ଚାଉଳ ଖରାପ ହୋଯାଇଥିବା ଯୋଗାଣ ନିରିକ୍ଷକ ମୋତେ ଜଣାଇଥିଲେ।

Advertisment

ଯୋଗାଣ ନିରିକ୍ଷକ କହିଛନ୍ତି, କିଛି ପୁରୁଣା ଚାଉଳ ଷ୍ଟ୍ରକ୍‌ ରହିଯାଇଥିଲା। ତାହା ଖରାପ ହୋଇଯାଇଥିଲା। 

ସେହିପରି ଏସିଓ କହିଛନ୍ତି, ଘଟଣା ତଦନ୍ତ କରାଯିବ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଜଣେ ହିତାଧିକାରୀ କହିଛନ୍ତି, ବର୍ଷେ ହେଲା ଆମେ ଚାଉଳ ପାଉ ନାହିଁ। ଚାଉଳ ଆମକୁ ମିଳୁନଥିବାରୁ ବହୁତ ହଇରାଣ ହେଉଛୁ। ଖାଇବାକୁ ଦୁଇ ମୁଠା ପାଉ ନାହିଁ। ଆମକୁ ଚାଉଳ ମିଳୁ ନଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟର ମାଟିତଳେ ବସ୍ତା ବସ୍ତ ଚାଉଳ ପୋତାଯାଉଛି।

Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe