Advertisment

ଶାରୀରିକ ସମ୍ପର୍କ ରଖିବା ପାଇଁ ମନା କରିବାରୁ ସ୍ତ୍ରୀଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଲେ ସ୍ୱାମୀ!

ଘରକୁ ଫେରିବା ପରେ କୌଣସି କଥାକୁ ନେଇ ପତ୍ନୀ ଅନିତା ବାଗଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ପତ୍ନୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହିଁଥିଲେ ଗୋପାଳ!

author-image
Manoranjan Sial
ଅଦ୍ୟତନ ହୋଇଛି
Sundargarh

Sundargarh

ମଦ୍ୟପ ସ୍ୱାମୀ ସହିତ ଶାରୀରିକ ସମ୍ପର୍କ ରଖିବାକୁ ମନା କଲେ ସ୍ତ୍ରୀ! ଆଉ ତା’ପରେ ରାଗିଗଲେ ସ୍ୱାମୀ। ତାଙ୍କ ମଗଜକୁ ଉଠିଗଲା ପିତ। ପାଖରେ ଥିବା ଟାଙ୍ଗିଆରେ ସ୍ତ୍ରୀଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ। ଏପରି ହୃଦୟବିଦାରକ ଓ ଲୋମହର୍ଷଣ ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଝାମନକେରା ପୋଖରାଟୋଲୀ ବସ୍ତିର ଗୋପାଳ ବାଗ ଭୁବନେଶ୍ୱରରେ ରାଜମିସ୍ତ୍ରୀ ଭାବେ କାମ କରନ୍ତି। ହୋଲିରେ ସେ ଘର ଯାଇଥିଲେ। ଭୁବନେଶ୍ୱର ଫେରିବା ପୂର୍ବରୁ ଅର୍ଥାତ ସୋମବାର ଗୋପାଳ ବସ୍ତିର କିଛି ସାଙ୍ଗଙ୍କ ସହ ମିଶି ମଦ୍ୟପନ କରିଥିଲେ। ସନ୍ଧ୍ୟା ବେଳେ ସେ ମଦ ନିଶାରେ ଘରକୁ ଫେରିଥିଲେ।

Sundargarhଘର ଆଗରେ ପଡ଼ିଛି ମହିଳାଙ୍କ ମୃତଦ

ଘରକୁ ଫେରିବା ପରେ କୌଣସି କଥାକୁ ନେଇ ପତ୍ନୀ ଅନିତା ବାଗଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ପତ୍ନୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହିଁଥିଲେ ଗୋପାଳ! ନିଶାରେ ଥିବା ଗୋପାଳଙ୍କୁ ଧରାଛୁଆଁ ଦେଇନଥିଲେ ପତ୍ନୀ ଅନିତା। ରୋକ୍‌ଠୋକ୍‌ ଭାବେ ମନା କରିଦେଇଥିଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ନିଶାରେ ଟଳମଳ ହେଉଥିବା ଗୋପାଳ ଏକ ଟାଙ୍ଗିଆରେ ଅନିତାଙ୍କ ବେକକୁ ଚୋଟଟିଏ ପକାଇଥିଲେ। ଫଳରେ ଅନିତାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା।

Advertisment

ଘଟଣା ସମ୍ପର୍କରେ ସାହିଭାଇ ରାଏବଗା ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ଗୋପାଳ ବାଗକୁ ଗିରଫ କରିଛି। ସାଇଣ୍ଟିଫିକ୍‌ ଟିମ ସହାୟତାରେ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ-ବୀରମିତ୍ରପୁରରୁ ରାକେଶ ସାହୁ

Murder Crime Sundargarh