Advertisment

ଚାକିରି ନାଁରେ ଚୁନ ମାରିଲେ, ୪୦ ହଜାର ନେଇ ଜାଲ୍‌ ନିଯୁକ୍ତିପତ୍ର ଧରାଇଦେଲେ

ଏହି ରାକେଟରେ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ମଧ୍ୟସ୍ଥତା କରୁଥିବା ଅଭିଯୋଗ ହୋଇଛି । ନିଜ ପତ୍ନୀଙ୍କର ମାଗଣାରେ ଚାକିରି କରାଇଦେବା ନିମନ୍ତେ ନିରୀହ ଯୁବକଯୁବତୀଙ୍କୁ ଏହି ଶିକ୍ଷକଜଣକ ଚାକିରିର ଲୋଭ ଦେଖାଇ ଫସାଇ ଚାଲିଥିଲେ।

fraud

fraud

Advertisment

ଚାକିରି ଦେବାକୁ କହି ମାରିଦେଲେ ଚୁନ । ଏପରିକି କିଛି ବେକାର ଯୁବକଯୁବତୀଙ୍କୁ ପ୍ରଲୋଭନ ଦେଖାଇ ୪୦ ହଜାର ଟଙ୍କା ଲେଖାଏ ହାତେଇଲା ଏକ ରାକେଟ। ଏହା ବଦଳରେ ସେମାନଙ୍କୁ ଆପଏଣ୍ଟମେଣ୍ଟ ଲେଟରଠୁ ଆରମ୍ଭ କରି ଏଗ୍ରିମେଣ୍ଟ ଲେଟର , ଆଇ କାର୍ଡ ବି ଧରାଇ ଦେଲେ। ମାତ୍ର ପରେ ଜଣାପଡ଼ିଲା ତାହା ନକଲି। ସୁନ୍ଦରଗଡ ଜିଲ୍ଲାରେ ଏପରି ଏକ ରାକେଟ କାମ କରୁଥିବା ବେଳେ ସରକାରୀ ମେଡିକାଲ କଲେଜରେ ଚାକିରି କରାଇ ଦେବା ନାଁରେ ଚାଲିଛି ଏପରି ସାଂଘାତିକ ଠକେଇ। ଏନେଇ ପ୍ରାୟ ୫,୬ ଜଣ ଯୁବକ ଥାନାରେ ଅଭିଯୋଗ କରି ସାରିଥିବା ବେଳେ ଏହି ଚେର ଆହୁରି ଲମ୍ବିଥିବା ଅନୁମାନ କରାଯାଉଛି।

Advertisment

ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ରାକେଟରେ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ମଧ୍ୟସ୍ଥତା କରୁଥିବା ଅଭିଯୋଗ ହୋଇଛି । ନିଜ ପତ୍ନୀଙ୍କର ମାଗଣାରେ ଚାକିରି କରାଇଦେବା ନିମନ୍ତେ ନିରୀହ ଯୁବକଯୁବତୀଙ୍କୁ ଏହି ଶିକ୍ଷକଜଣକ ଚାକିରିର ଲୋଭ ଦେଖାଇ ଫସାଇ ଚାଲିଥିଲେ।

ବାଲିଶଙ୍କରା ବ୍ଲକର ଆଖପାଖ ଅଞ୍ଚଳର ଯୁବକଯୁବତୀଙ୍କୁ କେତେବେଳେ ଡାଟା ଏଣ୍ଟ୍ରି ଅପରେଟର ତ କେତେବେଳେ ରିସେପସେନିଷ୍ଟ ଚାକିରି ତଥା କେତେବେଳେ ସିକ୍ୟୁରିଟି ଚାକିରିର ଲୋଭ ଦେଖାଉଥିଲେ ଶିକ୍ଷକଜଣକ । ଏହାପରେ ଏଥିନିମନ୍ତେ ଅନଲାଇନ୍‌ରେ ଆବେଦନ କରିବାକୁ ପ୍ରବର୍ତ୍ତାଉଥିଲେ।

Advertisment

ଏପରି ଯୁବକଯୁବତୀମାନେ ଆବେଦନ କରିବା ପରେ ସେମାନଙ୍କୁ ନିକଟକୁ ଅପର ପାର୍ଶ୍ୱରୁ କଲ୍‌ ଆସୁଥିଲା। ଏପରିକି ଚାକିରି ପାଇଁ ଲୋଭ ଦେଖାଇ ସୁନ୍ଦରଗଡ଼ ଯିବାକୁ କୁହାଯାଉଥିଲା। ଯୁବକଯୁବତୀମାନେ ସୁନ୍ଦରଗଡ଼ରେ ପହଞ୍ଚିବା ପରେ ୪୦ ହଜାର ଟଙ୍କା ଦେଲେ ଚାକିରି ହେବ ବୋଲି କୁହାଯାଉଥିଲା।

ଚାକିରି ଲୋଭରେ ଯୁବକଯୁବତୀ ଯେକୌଣସି ମତେ ଟଙ୍କା ଯୋଗାଡ଼ କରି ରାକେଟର ସଦସ୍ୟଙ୍କୁ ଧରାଉଥିଲେ। ଏହା ବଦଳରେ ଓଡ଼ିଶା ସରକାରଙ୍କ ଲୋଗୋ ଥିବା ଲେଟର ପ୍ୟାଡରେ ମେଡିକାଲ କଲେଜ ଡିନଙ୍କ ଦସ୍ତଖତକୁ ଜାଲ କରାଯାଇ ନିଯୁକ୍ତି ପତ୍ର ଦିଆଯାଉଥିଲା। ଏହାକୁ ନେଇ ଯୁବକଯୁବତୀ ବେଶ୍‌ ଖୁସି ହେଉଥିବା ବେଳେ କେବେ ଚାକିରିରେ ଯୋଗ ଦେବେ ପଚାରିବାରୁ ଦିନ ଗଡ଼ାଇ ଚାଲିଥିଲେ।

ଏନେଇ ସନ୍ଦେହ ହେବାରୁ ୫ ଜଣ ଯୁବକଯୁବତୀ ଆଜି ଏନେଇ ସୁନ୍ଦରଗଡ଼ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେମାନେ ସୁଶାନ୍ତ ମାଝି, ଚୈତନ୍ୟ ତନ୍ତିଙ୍କ ସମେତ ୩ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ କରିଥିବା ବେଳେ ଏହି ରାକେଟ ବହୁତ ବଡ଼ ବୋଲି ଜଣାଯାଇଛି। ପ୍ରାୟ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେବ ଏହି ରାକେଟ କାମ କରୁଥିବା ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ଖୋଳତାଡ଼ କରୁଥିବା ବେଳେ କାହାକୁ ଗିରଫ କରି ନାହିଁ ।

ଏହି ରାକେଟରେ କଲେଜର କେହି ଅନ୍ତର୍ଭୁକ୍ତ ନାହାନ୍ତି। ଆମେ କାହାକୁ ନିଯୁକ୍ତି ଦେଉ ନାହିଁ। ସରକାରୀ ସ୍ତରରେ ଏହା କରାଯାଉଛି। ଏଥିରେ କଲେଜର କିଛି ଭୂମିକା ନାହିଁ ବୋଲି ସୁନ୍ଦରଗଡ଼ ମେଡିକାଲ କଲେଜ ଡିନ୍‌ ଡା. ଦୈତାରୀ ରାଉତରାୟ ସ୍ପଷ୍ଟୀକରଣ ଦେଇଛନ୍ତି।

Online Fraud Sundargarh Fraud Job Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe