Advertisment

ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଯୁବ ସମ୍ବାଦିକ ଖଗେଶ୍ୱର ତରେଇ

ଗତକାଲି ଖଗେଶ୍ୱର କୋଇଡାରୁ ବାଇକ ଯୋଗେ ନିଜ ବନ୍ଧୁଙ୍କ ସହ ଯାଜପୁରର ଏକ ବିବାହ ଭୋଜିରେ ଯୋଗ ପାଇଁ ଯାଉଥିଲେ।

khageswar tarai

khageswar tarai

Advertisment

ସଡ଼କ ଦୁର୍ଘଟଣାରେ ଯୁବ ସମ୍ବାଦିକ ଖଗେଶ୍ୱର ତରେଇଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ରାଜରାସ୍ତାରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଖଗେଶ୍ୱର ତରେଇ ଏକ ଖବର କାଗଜର ପ୍ରତିନିଧି ଭାବେ କୋଇଡା ବ୍ଲକରେ କାର୍ଯ୍ୟ କରୁଥିଲେ।

Advertisment

ଗତକାଲି ଖଗେଶ୍ୱର କୋଇଡାରୁ ବାଇକ ଯୋଗେ ନିଜ ବନ୍ଧୁଙ୍କ ସହ ଯାଜପୁରର ଏକ ବିବାହ ଭୋଜିରେ ଯୋଗ ପାଇଁ ଯାଉଥିଲେ। ଏହି ସମୟରେ କେନ୍ଦୁଝର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ତାଙ୍କ ବାଇକ୍ ସହ ହାଇୱାର ମୁହାଁମୁହିଁ ଧକ୍କା ହୋଇଥିଲା। ଖଗେଶ୍ୱର ଓ ତାଙ୍କ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଖଗେଶ୍ୱରଙ୍କ ମୃତ୍ୟୁ ଘଟିଥିଲା।  ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ତାଙ୍କ ପାର୍ଥିବ ଶରୀର ହସ୍ତାନ୍ତର କରାଯାଇଥିଲା। ଖଗେଶ୍ୱରଙ୍କ ବନ୍ଧୁ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଅସମୟରେ ଖଗେଶ୍ୱରଙ୍କ ମୃତ୍ୟୁ ହେବା ଖବର ସମସ୍ତଙ୍କ ମନରେ ଦୁଃଖ ଭରି ଦେଇଛି। ଖଗେଶ୍ୱରଙ୍କର ଦେଢ ବର୍ଷ ଝିଅ , ବୁଢା ବାପା ମାଆ ଓ ଭାଇ ଅଛନ୍ତି।

Advertisment
Odisha Sundargarh Road Accident Journalist Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe