Advertisment

ବିବାଦ ପରେ ବଦଳିଲେ କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜ

ପଲ୍ଲବୀ ରାଣୀ ରାଜ ତିନି ବର୍ଷରୁ ଅଧିକ କୋଇଡା ବ୍ଲକରେ କାର୍ଯ୍ୟ କରିବା ସହିତ ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
BDO

BDO

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ବିବାଦୀୟ ବିଡ଼ିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ହୋଇଛି। ତାଙ୍କୁ ସମ୍ବଲପୁର ଜିଲ୍ଲାକୁ ବଦଳି କରାଯାଇଛି । ବୁଧବାର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଡିଓ ପଲ୍ଲବୀ ରାଣୀଙ୍କୁ କୋଇଡା ରୁ ସମ୍ବଲପୁରକୁ ବଦଳି ପରେ ସ୍ଥାନୀୟ ତହସିଲଦାରଙ୍କୁ ବ୍ଲକର ଭାରପ୍ରାପ୍ତ ବିଡ଼ିଓ ଭାବରେ ନିୟୋଜିତ କରାଯାଇଛି ।

Advertisment

ପଲ୍ଲବୀ ରାଣୀ ରାଜ ତିନି ବର୍ଷରୁ ଅଧିକ କୋଇଡା ବ୍ଲକରେ କାର୍ଯ୍ୟ କରିବା ସହିତ ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। ବ୍ଲକରେ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ଦେବା, ବିଧାୟକ ଫଣ୍ଡକୁ ବ୍ଲକରେ କାର୍ଯ୍ୟକାରୀ ନ କରିବା, ସାଧାରଣ ଜନତା ଓ ଲୋକ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ନାମରେ ଥିଲା।

ଏହାକୁ ପ୍ରତିବାଦ କରି ବିଡ଼ିଓଙ୍କ ବଦଳି ଦାବିରେ ସିପିଆଇଏମର ହଜାର ହଜାର କର୍ମୀ ବିଧାୟକଙ୍କ ନେତୃତ୍ୱରେ ସାତ ଦିନ ଧରି ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ଏପରିକି ବ୍ଲକର ସମସ୍ତ କର୍ମଚାରୀ ବିଡ଼ିଓଙ୍କ ବଦଳି ଦାବିରେ କଲମ ଛାଡ଼ ଆନ୍ଦୋଳନ କରିଥିଲେ।। ବିଡ଼ିଓ ପଲ୍ଲବୀ ରାଣୀ ରାଜଙ୍କ ବିଷୟରେ ବିଧାନସଭାରେ ଉଠିଥିଲା।

Advertisment

ସେହିପରି  କିଛି ଦିନ ତଳେ ବିଡ଼ିଓଙ୍କୁ ତାଙ୍କ ବାପା ଓ ଭାଇ ସରକାରୀ କ୍ୱାର୍ଟର୍ସରେ ପଶି ମାଡ଼ ମାରିଥିବା ବିଡ଼ିଓ ପଲ୍ଲବୀ ରାଣୀ ରାଜ ଅଭିଯୋଗ କରିଥିଲେ। ବିଡ଼ିଓଙ୍କ ଅଭିଯୋଗ ଆଧାରରେ ତାଙ୍କୁ ବାପାଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଥିଲା।  ସେବେଠାରୁ ବିଡିଓ ପଲ୍ଲବୀ ରାଣୀ ଆହୁରି ବିବାଦ ଭିତରେ ଛନ୍ଦି ହୋଇପଡ଼ିଥିଲେ।

Sudargarh