Advertisment

କାର୍ଯ୍ୟରେ ଯୋଗଦେଲେ କୋଇଡ଼ା ନବ ନିଯୁକ୍ତ ବିଡ଼ିଓ ରଶ୍ମିରେଖା ପାତ୍ର

୦୧୯ OPSC ସିଭିଲ ସର୍ଭିସରେ ରଶ୍ମିରେଖା ଓଡ଼ିଶାରେ ଟପର ରହିଥିଲେ।

BDO

BDO

Advertisment

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ବିବାଦୀୟ ବିଡ଼ିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ପରେ ତାଙ୍କ ସ୍ଥାନରେ ଯୋଗ ଦେଇଛନ୍ତି ନବ ନିଯୁକ୍ତ  ବିଡ଼ିଓ ରଶ୍ମିରେଖା ପାତ୍ର। ୨୦୧୯ OPSC ସିଭିଲ ସର୍ଭିସରେ ରଶ୍ମିରେଖା ଓଡ଼ିଶାରେ ଟପର ରହିଥିଲେ। ।

Advertisment

ରଶ୍ମିରେଖା ପାତ୍ର କାର୍ଯ୍ୟରେ ଯୋଗ ଦେବା ପରେ ସ୍ଥାନୀୟ ତହସିଲଦାର ଡିଏସ୍ ଶୁଭଦର୍ଶୀ ଯୋଶୀ,ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ ବ୍ଲକ ଅଧକ୍ଷ ତାଙ୍କୁ ସ୍ୱାଗତ ଜଣାଇଥିଲେ। ମିଳିମିଶି କାମ କଲେ ସବୁ ସମସ୍ୟାର ସମାଧାନ ହେଇ ପାରିବ ବୋଲି କୋଇଡ଼ାର ନୂତନ ବିଡ଼ିଓ ରଶ୍ମିରେଖା ପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ, ଏପ୍ରିଲ ମାସରେ କୋଇଡା ବ୍ଲକ ବିଡ଼ିଓ ପଲ୍ଲବୀ ରାଣୀ ରାଜଙ୍କଙ୍କ ବଦଳି କରାଯାଇଥିଲା। ବିଡିଓ ପଲ୍ଲବୀ ରାଣୀଙ୍କୁ କୋଇଡା ରୁ ସମ୍ବଲପୁରକୁ ବଦଳି ପରେ ସ୍ଥାନୀୟ ତହସିଲଦାରଙ୍କୁ ବ୍ଲକର ଭାରପ୍ରାପ୍ତ ବିଡ଼ିଓ ଭାବରେ ନିୟୋଜିତ କରାଯାଇଥିଲା। ପଲ୍ଲବୀ ରାଣୀ ରାଜ ତିନି ବର୍ଷରୁ ଅଧିକ କୋଇଡା ବ୍ଲକରେ କାର୍ଯ୍ୟ କରିବା ସହିତ ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ।

Advertisment
Sudargrah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe