leopard escaped to another bush
ଆଖି ଆଗରେ ଗୋଟିଏ ବୁଦାରୁ ଅନ୍ୟ ବୁଦାକୁ ବାଘ ଡେଇଁ ଛୁ। ବାଘକୁ ଧରିବାକୁ ଜଗି ରହିଥିବା ବନ ବିଭାଗ ଓ ଲୋକଙ୍କ ଉଦ୍ୟମ ଫେଲ ମାରିଲା। ତେବେ ବଡଗାଁ ଫରେଷ୍ଟ ରେଞ୍ଜର ଟିମିନା ଲଣ୍ଡାପାହାଡ ତଳେ ବାଘ ବୁଲୁଥିବା ସତ ପ୍ରମାଣିତ ହୋଇଛି। ବାଘକୁ ଦେଖି ଲୋକେ ଆହୁରି ଛାନିଆ ହୋଇଯାଇଛନ୍ତି।
ବାଘକୁ ଧରିବା ପାଇଁ ସେ ଲୁଚି ରହିଥିବା ବୁଦାର ଚାରିପଟେ ଜାଲ୍ ବିଛାଇ ବନ ବିଭାଗର ଟ୍ରାଙ୍କୁଲାଇଜ ଟିମ୍ ଅପେକ୍ଷା କରି ରହିଥିଲେ। ହେଲେ ରାତି ହୋଇଗଲା ସୁଦ୍ଧା ବାଘ ବାହାରିଲା ନାହିଁ। ବାଘକୁ ବୁଦାରୁ ବାହାର କରିବା ପାଇଁ ପ୍ରଥମେ ଟେକାପଥର ମାଡ଼ ଏବଂ ତାପରେ ବାଣ ଫୁଟାଇଥିଲେ ଲୋକେ। ତେବେ ବାଘ ବାହାରିଲା ନାହିଁ। କିନ୍ତୁ ବାଣ ଯୋଗୁଁ ବୁଦାଳିଆ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ଯାହା ବ୍ୟପୀ ଯିବାରୁ ପୂରା ଜଙ୍ଗଲ ଜଳିବାରେ ଲାଗିଥିଲା। ବାଘଟି ଭୟରେ ଲୁଚିଥିବା ସ୍ଥାନରୁ ଅନ୍ୟ ଏକ ବୁଦାଳିଆ ଜଙ୍ଗଲକୁ ଡେଇଁ ଥିଲା।
ବନ ବିଭାଗ ଟିମ୍ ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ଲକ୍ଷ୍ୟ ଦିଗହରା ହେବାରୁ ମିଶନ ବିଫଳ ହୋଇଥିଲା। ତେବେ ବାଘକୁ ରାତିରେ ଟ୍ରାକ କରି ନିକଟସ୍ଥ ଜଙ୍ଗଲକୁ ଘଉଡ଼ାଇବା ପାଇଁ ଚେଷ୍ଟା କରାଯିବ ବୋଲି ସୁନ୍ଦରଗଡ ଡିଏଫଓ ପ୍ରଦୀପ ମିରାଶେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us