Advertisment

ସ୍ୱାମୀ ଓ ସ୍ତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ଲୁଟିନେଲେ ସୁନାଗହଣା

ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ପ୍ରଥମେ ଧମକ ଚମକ ଦେଇଥିଲେ। ପରେ ଘରେ ଥିବା ଦଶ ଲକ୍ଷ ଟଙ୍କାର ସୁନଗହଣା ଓ ନଗଦ ୭୦ ହଜାର ଟଙ୍କା ଲୁଟି ନେଇ ପଳାଇ ଯାଇଥିଲେ।

author-image
Manoranjan Sial
Loot

Loot

ସ୍ୱାମୀ ଓ ସ୍ତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ଲୁଟିନେଲେ ସୁନାଗହଣା ଏବଂ ନଗଦ ଟଙ୍କା। ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ସୋମବାର ରାତିରେ ସୁଶାନ୍ତ କୁମାର ଦାସ ଓ ତାଙ୍କ ପତ୍ନୀ ସନ୍ଧ୍ୟା ଦାସ ଘରେ ଥିଲେ। ରାତି ପ୍ରାୟ ସାଢ଼େ ୧୦ରୁ ସାଢ଼େ ୧୧ଟା ବେଳେ ପାଞ୍ଚ ଜଣ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ପଛ ପାର୍ଶ୍ୱ ଦେଇ ଘରେ ପଶି ଥିଲେ। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ପ୍ରଥମେ ଧମକ ଚମକ ଦେଇଥିଲେ। ପରେ ଘରେ ଥିବା ଦଶ ଲକ୍ଷ ଟଙ୍କାର ସୁନଗହଣା ଓ ନଗଦ ୭୦ ହଜାର ଟଙ୍କା ଲୁଟି ନେଇ ପଳାଇ ଯାଇଥିଲେ। ଲୁଟ୍‌ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଦୁର୍ବୃତ୍ତମାନେ କହିଥିଲେ। ଯେଉଁଥିପାଇଁ ଶ୍ରୀ ଦାସ ଓ ତାଙ୍କ ପତ୍ନୀ ଡରି ଯାଇଥିଲେ। ପରେ ସାହସ ଜୁଟାଇ ଏନେଇ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଇନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ-ବୀରମିତ୍ରପୁରରୁ ରାକେଶ ସାହୁ

Loot Sundargarh