Advertisment

ବାପା ସାଜିଲା ପିଶାଚ; ୫ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା!

ସ୍ତ୍ରୀ ଯିବା ଦିନଠୁ ରାଜୁଙ୍କ ମାନସିକ ସ୍ଥିତି ଭଲ ନଥିଲା

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

ସମାଜର ସବୁ ଝଡ଼ଝଞ୍ଜାରୁ ନିଜ ପିଲାଙ୍କୁ ରକ୍ଷା କରିବା ନିମନ୍ତେ ସବୁବେଳେ ପାଚେରି ପରି ଛିଡ଼ା ହୋଇଥାଏ ବାପା। ହେଲେ ରାଉରକେଲାର ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ବସ୍ତିରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ। ବାପା ନାମରେ କଳଙ୍କ ଜଣେ ବ୍ୟକ୍ତି ନିଜ ୫ବର୍ଷର ପୁଅକୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବାପା ରାଜୁ ଲାକ୍ରାକୁ ପୁଲିସ ଅଟକ ରଖି ପଚରଉଚରା କରୁଛି। ମୃତ ଶିଶୁ ଜଣଙ୍କ ହେଲେ ଆର.ଏନ୍‌ ଲାକ୍ରା।

Advertisment

ସୂଚନାଅନୁସାରେ, ରାଜୁ, ତାଙ୍କ ପତ୍ନୀ  ଓ ପୁଅ ନେଇ ସୁନାର ସଂସାର ଥିଲା।। ହଠାତ୍ ଏହି ସଂସାର ଉପରେ ଯେପରି କାହାର ନଜର ଲାଗିଯାଇଥିଲା। ନିଜ ସଂସାରକୁ ଭାଙ୍ଗି ଦେଇ ରାଜୁଙ୍କ ସ୍ତ୍ରୀ ପର ପୁରୁଷ ସହ ପଳାଇଯାଇଥିଲେ।  ତା’ପରଠୁ ରାଜୁ ଏକୁଟିଆ ହୋଇଯାଇଥିଲେ। ପୁଅ ମୁହଁକୁ ଅନାଇ ବଞ୍ଚିବାକୁ ଭାବିଥିଲେ। ହେଲେ ସ୍ତ୍ରୀ ଯିବା ଦିନଠୁ ରାଜୁଙ୍କ ମାନସିକ ସ୍ଥିତି ଭଲ ନଥିଲା। ସବୁବେଳେ ଚିନ୍ତାରେ ରହୁଥିଲେ। ପାରିବାରିକ କଳି ପାଇଁ ରାଜୁ ତାଙ୍କ ପୁଅକୁ ଗତକାଲି ମାରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ପହଞ୍ଚି ତଦନ୍ତ କରୁଛି। ଏହାସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି।

Odisha Police Murder Sudargarh