Advertisment

ଜଙ୍ଗଲରେ ପଥରରେ ଛେଚି ହତ୍ୟା ପରେ ଗଛରେ ଟାଙ୍ଗି ଦେଲା ମୃତଦେହ

ସାଙ୍ଗ ହୋଇ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ଜଣେ ଅନ୍ୟଜଣଙ୍କୁ କୌଶଳ କରି ପଥର ଛେଚି ହତ୍ୟା କରିଥିଲା।

Police station

Police station

Advertisment

ସାଙ୍ଗ ହୋଇ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ଜଣେ ଅନ୍ୟଜଣଙ୍କୁ କୌଶଳ କରି ପଥର ଛେଚି ହତ୍ୟା କରିଥିଲା। ହେଲେ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ମୃତ ବ୍ୟକ୍ତିର ବେକରେ ଗାମୁଛା ବାନ୍ଧି ଗଛରେ ଝୁଲାଇ ଦେଇଥିଲା। ଅଭିଯୁକ୍ତ ଜଣକ ସେଠାରୁ ଗାଁକୁ ଆସିବା ପରେ ଗାଁ ଲୋକଙ୍କୁ ଜଣେ ବ୍ୟକ୍ତିର ଝୁଲନ୍ତା ମୃତଦେହ ଦେଖିଥିବା ପ୍ରକାଶ କରିଥିଲା। ସୁନ୍ଦରଗଡ ଜିଲ୍ଲା ବଣାଇର ମହୁଲପଦା ଥାନା ଅନ୍ତର୍ଗତ ମରଚିଢିହି ଗ୍ରାମରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି।

Advertisment

ପୁଲିସ ସୂଚନା ମୁତାବକ, ଗତକାଲି ତୋଳା ନାଏକ ଓ ବାବୁଲୁ ଗିରି ସାଙ୍ଗ ହୋଇ ଜଙ୍ଗଲ ଆଡ଼କୁ ଯାଇଥିଲେ। ସନ୍ଧ୍ୟାରେ ବାବୁଲୁ ଗିରି ଗ୍ରାମରେ ଆସି କହିଥିଲା ଯେ, ସେ ଜଙ୍ଗଲକୁ ବୁଲିବାକୁ ଯାଇଥିବା ବେଳେ ତୋଳାର ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଛି। ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ମୃତଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ପଚରାଉଚରା କରିବା ବେଳେ ବାବୁଲୁ ଉପରେ ସନ୍ଦେହ କରିଥିଲା। ପରେ ତାକୁ ଥାନାକୁ ନେଇ ଅଧିକ ତଦନ୍ତ କରିବା ବେଳେ ବାବୁଲୁ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡ କରିବାକୁ ଜାଣିବାକୁ ପାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଛି।

ମହୁଲପଦା ଥାନା ଓଆଇସି ସୁଦର୍ଶନ ଦେହୁରୀ କହିଛନ୍ତି, ତୋଳା ନାଏକକୁ ଅଭିଯୁକ୍ତ ବାବୁଲ ପ୍ରଥମେ ପଥରରେ ଛେଚି ହତ୍ୟା କରିଥିଲା। ପରେ ମୃତଦେହକୁ ଘଟଣାସ୍ଥଳରୁ ପ୍ରାୟ ଏକ କିଲୋମିଟର ଦୂର ଜଙ୍ଗଲର ଏକ ଗଛରେ ନେଇ ଟାଙ୍ଗି ଦେଇଥିଲା। ଅଭିଯୁକ୍ତକୁ ଅଟକ ରଖାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଛି। କେଉଁ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତ ଘଟଣା ଘଟାଇଛି ତଦନ୍ତ ସରିବା ପରେ ସ୍ପଷ୍ଟ ହେବ।

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe