Advertisment

ଦାଦନ ଦୁଃଖ: କୁଆଡ଼େ ଗଲୁରେ ମୋ ଧାନ, କେଉଁଠି ଅଛୁ........

କ’ଣ ହୋଇଛି ପଚାରିବାରୁ କାନ୍ଦିକାନ୍ଦି ଏହି ମା’ କହିଛି ଦାଦନ ଖଟିବାକୁ ଯାଇ ପୁଅ ବର୍ଷେ ହେବ ନିଖୋଜ ହୋଇଯାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Mother of Champa

Mother of Champa

କୁଆଡେ ଗଲୁରେ ମୋ ଧନ, କେଉଁଠି ଅଛୁ, କେମିତି ଅଛୁ.... ଏମିତି ପୁଅର ଫଟୋକୁ ଧରି ବାହୁନି ବାହୁନି କାନ୍ଦିଛୁ ମା’। ଆଜିକାଲିର ଘଟଣା ସବୁକୁ ଦେଖି ତା’ର ଧର୍ଯ୍ୟ ସରିବାକୁ ବସିଲାଣି। ମନକୁ ତା’ର ପାପ ଛୁଉଁଛି। ପୁଅ କଥା ଭାବିଭାବି ମା’ ଶୁଖିଲା କାଠ ପାଲଟି ଗଲାଣି। ବେଳାଏ ଖାଇଲେ ଦୁଇଦିନ ଖାଉନି। କ’ଣ ହୋଇଛି ପଚାରିବାରୁ କାନ୍ଦିକାନ୍ଦି ଏହି ମା’ କହିଛି ଦାଦନ ଖଟିବାକୁ ଯାଇ ପୁଅ ବର୍ଷେ ହେବ ନିଖୋଜ ହୋଇଯାଇଛି।

Advertisment

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲା ବସ୍ତିର ଏତୱାରି ଏକ୍କାଙ୍କ ଏହି ଦୁଃଖ ଯିଏ ଶୁଣିବ ଆଖିରେ ଲୁହ ଚାଲି ଆସିବ। ତିନି ବର୍ଷ ପୂର୍ବେ ସ୍ଵାମୀ ଆରପାରିକୁ ଚାଲିଗଲେ। ତେଣୁ ପୁଅ ଚାମ୍ପା ଏକ୍କା ( ୩୫ ) ପରିବାର ପ୍ରତିପୋଷଣ ନିମନ୍ତେ ଦାଦନ ଖଟିବାକୁ ବାହାରି ଯାଇଥିଲେ। ଗତବର୍ଷ ମାର୍ଚ୍ଚ ମାସରେ ନିକଟସ୍ଥ ମୋଚିଟୋଲା ବସ୍ତି ଓ ଗୋବିରା ଅଞ୍ଚଳର ଦୁଇ ଜଣ ବ୍ୟକ୍ତିଙ୍କ ସହ ଦାଦନ ଖଟିବାକୁ ଛତ୍ତିଶଗଡ଼ର ରାୟଗଡ଼କୁ ଯାଇଥିଲେ। ତା' ପରଠାରୁ ସେ ଆଉ ଘରକୁ ଫେରି ନାହାନ୍ତି। ବସ୍ତିବାସିନ୍ଦା ଓ ପାଖପଡୋଶୀ ଗ୍ରାମରେ ବୈଠକ କରି ଦଲାଲକୁ ଡକାଇ ନିଖୋଜ ଥିବା ଚାମ୍ପାଙ୍କ ବିଷୟରେ ପଚାରିଥିଲେ। ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ମା’ ଏତୱାରୀ କୁଆଁରମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭଯୋଗ ରଖିଲା ସତ, କିନ୍ତୁ ଆଉ ତଦନ୍ତ କଲାନି। ତେଣୁ ଚମ୍ପାଙ୍କ ଏପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳିପାରିନାହିଁ।

Mother Of Champaଚମ୍ପାଙ୍କ ଫଟୋ ଦେଖାଉଛନ୍ତି ତାଙ୍କ ମା’

ଯେଉଁଦିନ ଠାରୁ ପୁଅ ଯାଇଛନ୍ତି ଘରକୁ ଫୋନ ମଧ୍ୟ କରୁନାହିଁ। ଘର ଦୁଆରେ ଚାହିଁ ବସିଛନ୍ତି ଏତୱାରି। କେବେ ତା’ଙ୍କ ପୁଅ ଫେରିବ। ଦୁଃଖରେ ସେ ଏକୁଟିଆ ଭଙ୍ଗା ଦଦରା ଘରେ ବିତାଉଛନ୍ତି ଜୀବନ। ସାହିପଡ଼ିଶା ଲୋକେ ଏତୱାରିଙ୍କୁ ଆଶ୍ୱାସନା ଦେଉଛନ୍ତି, ଆଉ କ’ଣ ବା କରିପାରିବେ ସେମାନେ।

Advertisment

ଏନେଇ କୁଆଁରମୁଣ୍ଡା ବିଡିଓ ତୃପ୍ତି ବରେଇ କହିଛନ୍ତି, ସେ ଏହି ଘଟଣା ସମ୍ପର୍କରେ ଜାଣିନାହାନ୍ତି। ଅଭିଯୋଗର ତଦନ୍ତ କରିବା ସହ ଚମ୍ପା ଏକ୍କାଙ୍କୁ ଖୋଜି ଆଣିବାର ବ୍ୟବସ୍ଥା କରାଯିବ।

ରିପୋର୍ଟ- ବୀରମିତ୍ରପୁରରୁ ରାଜେଶ ସାହୁ

Migrant Labour