Advertisment

ନବୀନ ସରକାର ମୁହଁକୁ ଲାଜ ନାହିଁ; କହୁଛି ଆପଣମାନେ ଖୁସି ତ...

ଆଜି ୬୦୦ରୁ ୭୦୦ ଚିଟ୍‌ଫଣ୍ଡ ଜମାକାରୀ ସୁନ୍ଦରଗଡ଼ ନାରୀ କଲ୍ୟାଣ କେନ୍ଦ୍ର ନିକଟରେ ଏକତ୍ର ହୋଇଥିଲେ। ପରେ ବିରାଟ ଶୋଭାଯାତ୍ରାରେ ଜେଲ୍‌ ଛକ, ପୋଷ୍ଟ ଅଫିସ୍‌ ଛକ ଓ ଡିଆର୍‌ଡିଏ ଛକ ଦେଖି ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚିଥିଲେ।

author-image
Manoranjan Sial
Sundargarh

Sundargarh

ନବୀନ ସରକାର ମୁହଁକୁ ଲାଜ ନାହିଁ। ଆଉ କହୁଛି ଆପଣମାନେ ଖୁସି ତ...। ରାଜରାସ୍ତାରେ ଆନ୍ଦୋଳନ ବେଳେ ଆଜି ଏପରି ନାରା ଦେଇ ନିଜର ଅସନ୍ତୋଷ ଝାଡ଼ିଛନ୍ତି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ। ଏହି ଅବସରରେ ଜମାକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚିଟ୍‌ଫଣ୍ଡ ଟଙ୍କା ନଫେରାଇଲେ ୨୦୨୪ ନିର୍ବାଚନରେ ଉଚିତ ଜବାବ ଦେବୁ ବୋଲି ଚେତାବନୀ ଦେଇଛନ୍ତି।

Advertisment

ଆଜି ୬୦୦ରୁ ୭୦୦ ଚିଟ୍‌ଫଣ୍ଡ ଜମାକାରୀ ସୁନ୍ଦରଗଡ଼ ନାରୀ କଲ୍ୟାଣ କେନ୍ଦ୍ର ନିକଟରେ ଏକତ୍ର ହୋଇଥିଲେ। ପରେ ବିରାଟ ଶୋଭାଯାତ୍ରାରେ ଜେଲ୍‌ ଛକ, ପୋଷ୍ଟ ଅଫିସ୍‌ ଛକ ଓ ଡିଆର୍‌ଡିଏ ଛକ ଦେଖି ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚିଥିଲେ। ପରେ ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଥିଲେ। ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଥିଲେ। ତା’ପରେ ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଚିଟ୍‌ଫଣ୍ଡ ଟଙ୍କା ଶୀଘ୍ର ଫେରାଅ, ନହେଲେ ୨୦୨୪ ନିର୍ବାଚନରେ ଉଚିତ ଜବାବ ଦେବୁ ବୋଲି ଚେତାବନୀ ଦେଇଥିଲେ।

ଆନ୍ଦୋଳନରେ ସାମିଲ ହୋଇଥିବା ଚିଟ୍‌ଫଣ୍ଡ ଜମାକାରୀ ସଂଘର ରାଜ୍ୟ ସଭାପତି ଜୟନ୍ତ ଦାସ କହିଛନ୍ତି, କିଏ ଝିଅ ବାହାଘର ପାଇଁ ତ କିଏ ଛୁଆକୁ ପାଠ ପଢ଼ାଇବା ପାଇଁ ଟଙ୍କା ସଞ୍ଚୟ କରିଥିଲା। ହେଲେ ସେହି ସଞ୍ଚୟ ଅର୍ଥକୁ ସରକାରୀ ପ୍ରୋତ୍ସାହନରେ ଠକ କମ୍ପାନୀମାନେ ନେଇଗଲେ। ଏବେ ସରକାର ସେହି କମ୍ପାନୀମାନଙ୍କ ସମ୍ପତ୍ତିକୁ ଜବତ କରି, ତାକୁ ବିକି ଚଳୁ କରିସାରିଲେଣି। ହେଲେ ଜମାକାରୀଙ୍କୁ ଟଙ୍କା ଫେରାଇଲେ ନାହିଁ। ସରକାର ଖାଲି ସ୍ୱଚ୍ଛତାର ଦ୍ୱାହି ଦେଉଛନ୍ତି। ଏ ଭ୍ରଷ୍ଟ ସରକାରକୁ ଚେନାବନୀ ଦେଉଛୁ, ତୁରନ୍ତ ଟଙ୍କା ଫେରାଅ। ନହେଲେ ୨୦୨୪ ନିର୍ବାଚନରେ ପ୍ରତ୍ୟେକ ଜମାକାରୀ ସରକାରୀ ଦଳ ବିରୋଧରେ ଭୋଟ୍‌ ଦେବ। ନିର୍ବାଚନରେ ପରାସ୍ତ କରିବ। ଇଏ ହେଉଛି ଶେଷ ପର୍ଯ୍ୟାୟର ଆନ୍ଦୋଳନ। ବର୍ତ୍ତମାନ ସେହି ଲକ୍ଷ୍ୟରେ ଜମାକାରୀମାନେ ଆନ୍ଦୋଳନ କରୁଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

Advertisment

ଜଣେ ଜମାକାରୀ ସନ୍ତୋଷିନୀ ପଣ୍ଡା କହିଛନ୍ତି, ଏ ସରକାର ପାଇଁ ଆମେ ରାଜରାସ୍ତାକୁ ଆସିଛୁ। ନବୀନ ସରକାରକୁ ଲାଜ ନାହିଁ ଯେ କହୁଛନ୍ତି, ଆପଣମାନେ ଖୁସି ତ? ଯେଉଁଠି ମାଆ ଓ ଭଉଣୀମାନେ ଏତେ ଖରାରେ ଛିଡ଼ା ହୋଇଛନ୍ତି, ସେପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ କେମିତି କହୁଛନ୍ତି ଆପଣମାନେ ଖୁସି ତ ବୋଲି? ତାଙ୍କୁ ଜୋତା ମାଡ଼ ଦରକାର। ରାଜରାସ୍ତାକୁ ଓହ୍ଲାଇଛୁ ମାନେ ଟଙ୍କା ନେଇକି ଯିବୁ। ନିର୍ବାଚନ ବେଳେ ରାଜନେତାମାନଙ୍କୁ ଗାଁ ଭିତରକୁ ପଶିବାକୁ ଦେବୁ ନାହିଁ ବୋଲି ଶ୍ରୀମତୀ ପଣ୍ଡା କହିଛନ୍ତି।

ରିପୋର୍ଟ-ସୁନ୍ଦରଗଡ଼ରୁ ବିଜୟ ବରୁଆ

Sundargarh Chit Fund Scam