Advertisment

ଶାଗ ଖାଇ ଚାଲିଗଲା ଜୀବନ!

ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅଦ୍ୟତନ ହୋଇଛି
Dead Girl

Dead Girl

Advertisment

ଭାତ ସହିତ ବାଡ଼ି ଶାଗ ଖାଇବା ପରେ ଅସୁସ୍ଥ ହୋଇ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ମାମୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ସାଲେଇପାଲି ଗାଁ। ମୃତ ଯୁବତୀଙ୍କ ନାଁ ଅନୁ ବଦ୍ରା(୧୯)।

Advertisment

ଗତ ଶନିବାର ଅନୁଙ୍କ ମା’ ଶୁକୁ ବଦ୍ରା ଘର ପଛପଟ ବାଡ଼ିରୁ ଆଣିଥିବା ଶାଗକୁ ରାତିରେ ରୋଷେଇ କରିଥିଲେ। ଶୁକୁ, ତାଙ୍କ ଝିଅ ଅନୁ ଓ ଭାଇ ମାନସିଂ ମୁଣ୍ଡା ରାତିରେ ଭାତ ସହିତ ସେହି ଶାଗ ଖାଇଥିଲେ। ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଅନୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ପଠାଇ ଦିଆଯାଇଥିଲା। ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ଅନୁଙ୍କର ମୃତ୍ୟୁ ଘଟିଥିଲା।

Advertisment

ଅନୁଙ୍କ ମା’ ଶୁକୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ତାଙ୍କ ମାମୁ ମାନସିଂ ମୁଣ୍ଡା ଲହୁଣୀପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନୁ, ତାଙ୍କ ମା’ ଶୁକୁ ଓ ମାମୁ ମାନସିଂ ମୁଣ୍ଡାଙ୍କ ଠାରେ ଝାଡ଼ାବାନ୍ତି ଲକ୍ଷଣ ଥିଲା ବୋଲି ଲହୁଣୀପଡ଼ା ଡାକ୍ତରଖାନାର ଡାକ୍ତର ଅବନି ମିଶ୍ର କହିଛନ୍ତି।

Food Poisoning Dead Body
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe