Advertisment

ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ବନ ବିଭାଗ ଗାଡ଼ି!

ସରକାରୀ ଗାଡ଼ି ଦୁର୍ଘଟଣା ଘଟାଇ ଫେରାର ହୋଇଯିବା ଚର୍ଚ୍ଚାର ବିଷୟ ପାଲଟିଛି। ଚାନ୍ଦିପୋଷ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ମୂଷା ପୋଷନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଫରେଷ୍ଟ ଡିପାଟମେଣ୍ଟ ଲେଖା ଥିବା ଏକ ସ୍କ୍ରପିଓ ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀଙ୍କ ପରିଚୟ ମିଳିନାହିଁ।

Advertisment

ଗତକାଲି ବିଳମ୍ବିତ ରାତିରେ ବାଇକ୍ ଆରୋହୀଙ୍କୁ ମୂଷା ପୋଷନିକଟରେ ଫରେଷ୍ଟ ଡିପାଟମେଣ୍ଟ ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଫରେଷ୍ଟ ଡିପାଟମେଣ୍ଟ ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଫରେଷ୍ଟ ଡିପାଟମେଣ୍ଟ ଗାଡ଼ିରେ ଜଣେ ଅଫିସର ଥିବା ଚର୍ଚ୍ଚା ହେଉଛି। ଏହି ଗାଡ଼ିଟି ରାଉରକେଲା ବନ ବିଭାଗରେ ନିୟୋଜିତ ଥିବା ଜଣାପଡିଛି।

ସରକାରୀ ଗାଡ଼ି ଦୁର୍ଘଟଣା ଘଟାଇ ଫେରାର ହୋଇଯିବା ଚର୍ଚ୍ଚାର ବିଷୟ ପାଲଟିଛି। ଚାନ୍ଦିପୋଷ ଥାନା ଘଟଣାର ତଦନ୍ତ କରୁଛି।

Advertisment
Road Accident Sunargarh