Advertisment

ଛେଳି ବେପାରୀଙ୍କୁ ଗୁଳି କଲେ,୯ ଲକ୍ଷ ଧରି ଚମ୍ପଟ ମାରିଲେ

ଫିଲ୍ମ ଷ୍ଟାଇଲରେ ବାଇକ୍‌ରେ ଆସି ଛେଳି ବେପାରୀଙ୍କୁ ଗୁଳି କରି ସେମାନଙ୍କଠାରୁ ୯ଲକ୍ଷ ଟଙ୍କା ଲୁଟିନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ।

author-image
Tapaswini Nayak
ଅଦ୍ୟତନ ହୋଇଛି
Loot

Loot

ଟଙ୍କା ବ୍ୟାଗ ନେଇ ଛେଳି କିଣିବାକୁ ସକାଳୁ ସକାଳୁ ବାହାରି ଥିଲେ ୩ ବ୍ୟବସାୟୀ। ବଜାରରୁ ସୁଲଭ ଦରରେ ଛେଳି କିଣି ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ। ସେମାନଙ୍କ ସେହି ଆଶା ଗୋଟିଏ ମିନିଟ୍‌ରେ ପାଣି ଫୋଟକା କରି ମେଳାଇ ଯାଇଥିଲା।

Advertisment

ଫିଲ୍ମ ଷ୍ଟାଇଲରେ ବାଇକ୍‌ରେ ଆସି ଛେଳି ବେପାରୀଙ୍କୁ ଗୁଳି କରି ସେମାନଙ୍କଠାରୁ ୯ଲକ୍ଷ ଟଙ୍କା ଲୁଟିନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଛଟେନପାଲି ସୁରୁଗୁଡା ତାରିଣୀ ମନ୍ଦିର ନିକଟରେ। ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଛେଳି ବେପାରୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତ ଜଣଙ୍କ ହେଲେ ପ୍ରଭାତ ନାୟକ। ସେ ଭଷ୍ମା ଥାନା ସରଧପାଲି ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ଟା ସମୟରେ ପ୍ରଭାତ ସହ ତାଙ୍କ ଅନ୍ୟ ଦୁଇ ସହଯୋଗୀ ଛତିଶଗଡ ସୀମାନ୍ତ ହାଣ୍ଡିପାନି ବଜାରକୁ ଛେଳି କଣିବାକୁ ଟଙ୍କା ନେଇ ଯାଉଥିଲେ। ଏହି ସମୟରେ ସୁରୁଗୁଡା ତାରିଣୀ ମନ୍ଦିର ନିକଟରେ ୩ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ସେମାନଙ୍କ ଗାଡ଼ିକୁ ଅଟକାଇକୁ ଚେଷ୍ଟା କରିଥିଲେ।

Advertisment

ଦୁର୍ବୃତ୍ତମାନେ ଗାଡ଼ି ଅଟକାଇବାକୁ ଚେଷ୍ଟାକରିବାରୁ ବାଇକ୍ ଆରୋହୀ ଜଣଙ୍କ ନିଜ ବାଇକ୍ ସ୍ପିଡ୍‌କୁ ବଢ଼ାଇ ଦେଇ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ। ହେଲେ ଦୁର୍ବୃତ୍ତମାନେ ସେମାନଙ୍କ ପଛର ଫଲୋ କରିଥିଲେ। ପରେ ଦୁର୍ବୃତ୍ତମାନେ ଛେଳିବେପାରୀଙ୍କ ଗାଡ଼ିକୁ ଲାତ ମାରି ତଳେ ପକାଇ ଦେଇଥିଲେ। ବାଇକ ସହ ୩ ଜଣ ଛେଳିବେପାରୀ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଦେବାକୁ କହିଥିଲେ। ପରେ ପ୍ରଭାତ ଟଙ୍କା ବ୍ୟାଗ ନେଇ ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କଲାବେଳେ ଦୁର୍ବୃତ୍ତମାନେ ତାକୁ ଗୁଳିମାଡ଼ କରିଥିଲେ। ପରେ ତାଙ୍କ ନିକଟକୁ  ଟଙ୍କା ବ୍ୟାଗ ନେଇ ଚମ୍ପଟ କରିଥିଲେ।  

ପୁଲିସ ପହଞ୍ଚି ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି ପୁଲିସ।

Odisha Police Loot Sudargarh