/odisha-reporter/media/post_attachments/uploadimage/library/16_9/16_9_0/IMAGE_1678070842.jpg)
police station
ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ପୋଡ଼ଶୀକୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତର ହାତୀସଲ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚଇତୁ ନାୟକ। ଅଭିଯୁକ୍ତ ଲକ ନାୟକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
Advertisment
ଜମିବାଡ଼ି ବିବାଦକୁ ନେଇ ଚଇତୁ ଓ ଲକ୍ଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ଜମି ବାଡ଼ିକୁ ନେଇ ଚଇତୁ ଓ ଲକଙ୍କ ମଧ୍ୟ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ଲକ୍ ରାଗି ଯାଇ ଏକ କାଠ ଫାଳିଆ ଆଣି ଚଇତୁଙ୍କୁ ପିଟିପିଟି ହତ୍ୟା କରିଥିଲେ।
ଚଇତୁଙ୍କ ପରିବାର ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଅଭିଯୁକ୍ତ ଲକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
