Advertisment

ଜମି ପାଇଁ ପଡ଼ୋଶୀକୁ କାଠ ଫାଳିଆରେ ପିଟି ହତ୍ୟା

ଜମିବାଡ଼ି ବିବାଦକୁ ନେଇ ଚଇତୁ ଓ ଲକ୍‌ଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ଜମି ବାଡ଼ିକୁ ନେଇ ଚଇତୁ ଓ ଲକଙ୍କ ମଧ୍ୟ ବଚସା ହୋଇଥିଲା।

police station

police station

Advertisment

ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ପୋଡ଼ଶୀକୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତର ହାତୀସଲ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚଇତୁ ନାୟକ। ଅଭିଯୁକ୍ତ ଲକ ନାୟକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Advertisment

ଜମିବାଡ଼ି ବିବାଦକୁ ନେଇ ଚଇତୁ ଓ ଲକ୍‌ଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ଜମି ବାଡ଼ିକୁ ନେଇ ଚଇତୁ ଓ ଲକଙ୍କ ମଧ୍ୟ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ଲକ୍ ରାଗି ଯାଇ ଏକ କାଠ ଫାଳିଆ ଆଣି ଚଇତୁଙ୍କୁ ପିଟିପିଟି ହତ୍ୟା କରିଥିଲେ।

ଚଇତୁଙ୍କ ପରିବାର ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଅଭିଯୁକ୍ତ ଲକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

Advertisment
Murder Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe