Advertisment

ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ଉତ୍କଳ ରତ୍ନ ସମ୍ମାନ

ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା। ରାଉରକେଲା ଦିବସ ପାଳନ ଅବସରରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Award

Award

ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା। ରାଉରକେଲା ଦିବସ ପାଳନ ଅବସରରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

Advertisment

ଗତ ୭ ବର୍ଷ ଧରି ରାଉରକେଲା ଦିବସ ପାଳନ କରି ଆସୁଥିବା କାନଭାସ୍ ପରିବାର ପକ୍ଷରୁ ଓଟିଭି ଏମଡିଙ୍କୁ ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ତେବେ ଜଗିଙ୍କ ତରଫରୁ ଓଟିଭିର ରାଉରକେଲା ବ୍ୟୁରୋ ହେଡ୍ ପବନ ତିୱାରୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ତେବେ ଉତ୍କଳ ରତ୍ନ ସମ୍ମାନ ନିମନ୍ତେ ଭିଡିଓ କନଫେରନ୍ସିଂ ଜରିଆରେ ଜଗି ମଙ୍ଗତ ପଣ୍ଡା କାନଭାସ୍ ପରିବାର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ପାରି ନ ଥିବାରୁ ଦୁଃଖ ପ୍ରକାଶ କରିଥିଲେ।

Advertisment
OTV MDଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ।

ଏହି ଅବସରରେ କମେଡିଆନ ପପୁ ପମ୍ ପମଙ୍କୁ ମଧ୍ୟ ଉତ୍କଳ ରତ୍ନ ପ୍ରଦାନ କରାଯାଇଥିବାବେଳେ ଟଙ୍କିକିଆ କ୍ଲିନିକ ପାଇଁ ଚର୍ଚ୍ଚାରେ ଥିବା ଡାକ୍ତର ଶଙ୍କର ରାମ ଚନ୍ଦାନିଙ୍କୁ ପ୍ରଦାନ କରାଯାଇଛି ଉତ୍କଳ ଗୌରବ ସମ୍ମାନ।

ସୂଚନାଯୋଗ୍ୟ, ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ କାନଭାସ ପରିବାର ରାଉରକେଲା ଦିବସ ରୂପେ ପାଳନ କରୁଛି।

Otv Sundargarh