Advertisment

ଜେଲ ଗଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ

ରିମାଣ୍ଡ ସମୟରେ ପ୍ରଶାନ୍ତଙ୍କ ପାଖରୁ ଆହୁରି ବିପୁଳ ଆୟ ବହିର୍ଭୁତ ସମ୍ପତ୍ତିର ସୁରାଗ ପାଇଛି ଭିଜିଲାନ୍ସ।

ଅଦ୍ୟତନ ହୋଇଛି
prasanta-rout

prasanta-rout

Advertisment

ଜେଲ ଗଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ। ୫ ଦିନିଆ ରିମାଣ୍ଡ ସରିବା ପରେ ପ୍ରଶାନ୍ତଙ୍କୁ ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ସୁନ୍ଦରଗଡ଼ ଜେଲକୁ ପଠାଇ ଦିଆଯାଇଛି।

Advertisment

ରିମାଣ୍ଡ ସମୟରେ ପ୍ରଶାନ୍ତଙ୍କ ପାଖରୁ ଆହୁରି ବିପୁଳ ଆୟ ବର୍ହିଭୂତ ସମ୍ପତ୍ତିର ସୁରାଗ ପାଇଛି ଭିଜିଲାନ୍ସ। ଏହି ଜେରା ସମୟରେ ଭିଜିଲାନ୍ସ ୬ଟି ବେନାମୀ ଆକାଉଣ୍ଟରେ କୋଟିଏ ୨୦ ଲକ୍ଷ ଟଙ୍କାର ଡିପୋଜିଟ୍, ଭଦ୍ରକ ଓ ଭୁବନେଶ୍ୱରରେ ୨ଟି ବେନାମୀ ପ୍ଲଟ୍ ସମେତ ୩ଟି ପ୍ଲଟ୍ ଥିବା
ନେଇ ଭିଜିଲାନସ ତଥ୍ୟ ହାସଲ କରିଛି।

ପୂର୍ବରୁ ବିଭିନ୍ନ୍ ସ୍ଥାନରେ ରେଡ୍ ବେଳେ ତାଙ୍କ ପାଖରୁ ୩ କୋଟିରୁ ଅଧିକ କ୍ୟାସ ସମେତ ୫ କୋଟି ୨୧ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି
ମିଳିଥିଲା। ଯାହା ଆୟଠାରୁ ୫୦୬% ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଜୁନ୍‌ ୨୪ ତାରିଖରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିଲା। କିଛି ଦିନ ତଳେ ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲେ।

Advertisment

୨୩ ତାରିଖରେ ଭିଜିଲାନ୍ସ ପ୍ରଶାନ୍ତଙ୍କ ଘରେ ରେଡ୍ ବେଳେ ତାଙ୍କ ଘରୁ କେବଳ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କା ନଗଦ ଜବତ କରିଥିଲା। ,ଯାହା ରାଜ୍ୟ ଭିଜିଲାନ୍ସ ଇତିହାସରେ ଜବତ ନଗଦ ଟଙ୍କା ମଧ୍ୟରେ ଦ୍ୱିତୀୟ ସର୍ବାଧିକ ।

ପ୍ରାଶାନ୍ତ ରାଉତଙ୍କର ଭୁବନେଶ୍ୱରର କାନନ ବିହାର ଅଂଚଳରେ ଏକ ଦୁଇ ମହଲା କୋଠା, କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍ ଓ ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ୍ ରହିଛି। ଦୁଇ ପିଲାଙ୍କ ପାଠପଢ଼ାରେ ପ୍ରଶାନ୍ତ ମୋଟ ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ତାଙ୍କର ୨ଟି ଚାରିଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ରହିଛି। ଏହି ତିନିଟି ଗାଡ଼ିର ମୂଲ୍ୟ ହେଉଛି ୩୭ ଲକ୍ଷ ଟଙ୍କା। ତାଙ୍କ ଠାରୁ ୨୭.୨୭ଲକ୍ଷ ଟଙ୍କାର ସୁନା-ରୁପା ଅଳଙ୍କାର ଓ ଘରୋଇ ଉପକରଣ ଜବତ କରାଯାଇଛି। ସେହିଭଳି ତାଙ୍କର ବ୍ୟାଙ୍କ ଓ ବୀମା ଜମା ବାବଦକୁ ୯୨ ଲକ୍ଷ ୩୪ ହଜାର ଟଙ୍କା ରହିଛି। ସେଥିରୁ ୩୮ ଲକ୍ଷ ୬୪ ହଜାର ଟଙ୍କା ୨ଟି ବେନାମୀ ଏକାଉଣ୍ଟରେ ରହିଛି।

ଭିଜିଲାନ୍ସ ସୂଚନା ଅନୁସାରେ ପ୍ରଶାନ୍ତ ୨୦୧୮ ମସିହାରେ ବିଶ୍ରା ବ୍ଲକ ବିଡିଓ ଥିବାବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ । ୨୦୧୮ ନଭେମ୍ବର ୬ରେ ପ୍ରଶାନ୍ତଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଥିଲା। ତେବେ ୨୦୨୦ ଜାନୁୟାରୀ ୧୮ରେ ନିଲମ୍ବନ ହଟିଥିଲା ତଥା ସେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ପୁନଃ ଅବସ୍ଥାପିତ ହୋଇଥିଲେ ।

Odisha Vigilance Sudargarh Prasanta-rout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe