Advertisment

ଗରମ ଡାଲି ପଡ଼ି ଛାତ୍ର ମୃତ୍ୟୁ ମାମଲା: ପ୍ରଧାନଶିକ୍ଷକ ଓ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନିଲମ୍ବିତ

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଡେଙ୍ଗୁଲା ସ୍କୁଲ ରୋଷେଇ ଘରରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ ମାମଲାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଦିବାସୀ ଉନୟନ ବିଭାଗ।

ଅଦ୍ୟତନ ହୋଇଛି
school student death

school student death

Advertisment

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଡେଙ୍ଗୁଲା ସ୍କୁଲ ରୋଷେଇ ଘରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ ମାମଲାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଦିବାସୀ ଉନୟନ ବିଭାଗ। ବିଭାଗ ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାର୍ମେଲ ବିଲୁଙ୍ଗଙ୍କୁ ନିଲମ୍ବିତ କରିବା ସହ ହେଡକ୍ୱାର୍ଟର୍ସ ଛାଡି ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସେହିପରି କୋଇଡା ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିକାଶ ରଞ୍ଜନ ନାଏକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ହେଡକ୍ୱାର୍ଟର୍ସ ଛାଡି ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଏବାବଦରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଭାଗ। ବିଭାଗ ପକ୍ଷରୁ ଆଦିବାସୀ ଉନ୍ନୟନ ବିଭାଗର କମିଶନର ତଥା ସଚିବ ରୁପା ରୋଷନ୍ ସାହୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

Advertisment

ଅନ୍ୟପଟେ ଜିଲା ମଙ୍ଗଳ ଅଧିକାରୀଙ୍କ ଏତଲା କ୍ରମେ କୋଇଡା ପୁଲିସ ବିଦ୍ୟାଳୟର ରୋଷେୟା କାର୍ତ୍ତିକ ନାଏକଙ୍କୁ ଗିରଫ କରିଛି।

ତେବେ ଏହି ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନା ଥାଉକି, ମୃତ ଛାତ୍ର ଜଣଙ୍କ ହେଲେ ଗେଲେଟ ହାନଗା। ତାଙ୍କ ଘର ସ୍ଥାନୀୟ ପାଟମୁଣ୍ଡାରେ। ଗେଲେଟ ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ସେ ହଷ୍ଟେଲରେ ରହୁଥିଲେ।

ଗତ ୬ ତାରିଖରେ ଗେଲେଟ ହଷ୍ଟେଲରେ ରୋଷେୟାଙ୍କୁ ରୋଷେଇରେ ସାହାଯ୍ୟ କରିଥିଲେ। ରୋଷେୟା ସହ ମିଶି ଡାଲି ହଣ୍ଡାକୁ ଚୁଲିରୁ ତଳକୁ ଓହ୍ଲାଉଥିବା ବେଳେ ଗେଲେଟଙ୍କ ହାତରୁ ହଣ୍ଡାଟି ଖସି ଯାଇଥିଲା। ଆଉ ଗରମ ଡାଲି ତାଙ୍କ ଉପରେ ଢ଼ାଳି ଯାଇଥିଲା। ଗେଲେଟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଗେଲେଟଙ୍କର ମୃତ୍ୟୁ ଘଟିଛି। ଏହି ହଷ୍ଟେଲରେ ୨୦୦ ଛାତ୍ର ରହୁଥିଲେ। ସେମାନଙ୍କ ନିମନ୍ତେ ଡାଲି ପ୍ରସ୍ତୁତ ହୋଇଥିଲା।

Accident School Tribal Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe