/odisha-reporter/media/post_attachments/uploadimage/library/16_9/16_9_0/Murder_1674651271.jpg)
Murder
ସନ୍ଦେହ ସଜାଇଛି ଜ୍ୱାଇଁଙ୍କୁ ହତ୍ୟାକାରୀ। ଗୁଣିଗାରେଡ଼ି ସନ୍ଦେହରେ ସମ୍ପର୍କୀୟ ଶାଶୂଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ଜ୍ୱାଇଁ। ଶାବଳ ମାଡ଼ରେ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି ଶାଶୂ। ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲାର ବିଶ୍ରାଥାନା କାତେପୁର ସ୍କୁଲ ଟୋଲାରେ ଘଟିଛି ଏପରି ନିର୍ମମ ହତ୍ୟାକାଣ୍ଡ।
ମିଳିଥିବା ସୂଚନା ଅନୁସାରେ, ମୃତ ମହିଳା ଜଣଙ୍କ ହେଲେ ମୁନୀ କୁମ୍ଭାର। ତାଙ୍କୁ ସର୍ମ୍ପକୀୟ ଜ୍ୱାଇଁ ମୁନା କୁମ୍ଭାର ଶାବଳରେ ଆକ୍ରମଣ କରି ହତ୍ୟା କରିଛି। ମୁନୀ ଗୁଣିଗାରେଡ଼ି କରୁଥିବାରୁ ମୁନା ସମସ୍ୟାରେ ପଡ଼ୁଥିବା ସନ୍ଦେହ କରୁଥିଲା। ଏହି ସନ୍ଦେହ ସମୟ ବିତିବା ସହ ଉଗ୍ର ରୂପ ଧାରଣ କରିଥିଲା। ମଙ୍ଗଳବାର ରାତିରେ ଏହି ଘଟଣାକୁ ନେଇ ମୁନା ଶାଶୂ ମୁନୀଙ୍କୁ ଶାବଳ ଦ୍ୱାରା ଆକ୍ରମଣ କରିଥିଲା। ଏହା ଦେଖି ମୁନୀଙ୍କ ସ୍ୱାମୀ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।
ହେଲେ ମୁନା କିଛି ବି ଶୁଣି ନଥିଲା। ସେ ମୁନୀଙ୍କ ସହ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଆକ୍ରମର କରିଥିଲା। ଶାବଳ ଦ୍ୱାରା ସେ ମୁନୀଙ୍କ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତ ଜ୍ୱାଇଁ ମୁନାକୁ ଗିରଫ କରିଛି। ଏଥିସହ ମୁନୀଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ହତ୍ୟା ପଛରେ ଗୁଣିଗାରେଡ଼ି ଥିବା କୁହାଯାଉଥିଲେ ମଧ୍ୟ ପୁଲିସ୍ ପ୍ରକୃତ ସତ ଜାଣିବାକୁ ମୁନାକୁ ଜେରା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
