Advertisment

ଫିକା ପଡ଼ିଗଲା ମା’ର ମମତା, ନିଶା ପାଇଁ ଚୋଟ ମାରିଲା ପୁଅ

୬୩ ବର୍ଷୀୟା ଇଗ୍ନେଶିଆଙ୍କ ପରିବାର କହିଲେ ୨୨ ବର୍ଷୀୟ ପୁଅ ଜୁରୋ ଇଶୋନ। ବାର୍ଦ୍ଧକ୍ୟ ଗ୍ରାସ କରିବା ସହ ଅଣ୍ଟା ବଙ୍କି ଯାଇଥିଲେ ବି ପର ଘରେ ମୁଲ ଲାଗି ପୁଅକୁ ପୋଷୁଛନ୍ତି ଇଗ୍ନେଶିଆ। ହେଲେ ନିଶା ଦ୍ୱାରା କବଳିତ ହୋଇ ସାରିଥିବା ପୁଅ ମା’କୁ ସବୁବେଳେ ଧମକାଇ ସବୁ ଟଙ୍କା ନେଇ ଯାଇଥାଏ। ଏପରିକି ଟଙ୍କା ନ ପାଇଲେ ମାରଧର ବି କରିଥାଏ।

mother & son

mother & son

Advertisment

ନିଶା ଆଗରେ ତୁଚ୍ଛ ହେଲା ମମତାର ମୂଲ । ନିଶା ପାଇଁ ଟଙ୍କା ନ ଦେବାରୁ ଛୁରୀରେ ମା’କୁ ଚୋଟ ମାରିଲା ପୁଅ । ଏହାପରେ ମା’ର ରକ୍ତାକ୍ତ ଶରୀର ଦେଖି ନିଜ ହିତାହିତ ଜ୍ଞାନ ଭୁଲି ବସିଥିବା ପୁଅ ନିଜକୁ ବି ଚୋଟ ମାରିବାକୁ ପଛାଇଲା ନାହିଁ। ଗୁରୁତର ଅବସ୍ଥାରେ ଉଭୟ ମା’ ପୁଅଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ମା’ ପୁଅ ହେଲେ ଇଗ୍ନେଶିଆ କିଶପଟା ଓ ଜୁରୋ ଇଶୋନ କିଶପଟା।

Advertisment

୬୩ ବର୍ଷୀୟା ଇଗ୍ନେଶିଆଙ୍କ ପରିବାର କହିଲେ ୨୨ ବର୍ଷୀୟ ପୁଅ ଜୁରୋ ଇଶୋନ। ବାର୍ଦ୍ଧକ୍ୟ ଗ୍ରାସ କରିବା ସହ ଅଣ୍ଟା ବଙ୍କି ଯାଇଥିଲେ ବି ପର ଘରେ ମୁଲ ଲାଗି ପୁଅକୁ ପୋଷୁଛନ୍ତି ଇଗ୍ନେଶିଆ। ହେଲେ ନିଶା ଦ୍ୱାରା କବଳିତ ହୋଇ ସାରିଥିବା ପୁଅ ମା’କୁ ସବୁବେଳେ ଧମକାଇ ସବୁ ଟଙ୍କା ନେଇ ଯାଇଥାଏ। ଏପରିକି ଟଙ୍କା ନ ପାଇଲେ ମାରଧର ବି କରିଥାଏ।

ଗତକାଲି ରାତିରେ ଜୁରୋ ଇଶୋନ ନିଜ ମା’କୁ ନିଶା ପାଇଁ ଟଙ୍କା ମାଗିଥିଲା। ମାତ୍ର ଟଙ୍କା ନ ଥିବା କହିଥିଲେ ଇଗ୍ନେଶିଆ। ଏଥିରେ ଉତ୍ତ୍ୟକ୍ତ ପୁଅ ହିତାହିତ ଜ୍ଞାନ ଭୁଲି ବସି ନିଜ ମା’କୁ ଛୁରୀରେ ଚୋଟ ମାରି ଚାଲିଲା। ମା’ ଜଣକ ଚିତ୍କାର କରି ତଳେ ପଡ଼ିଯିବା ପରେ ଜୁରୋ ଇଶୋନ ଭୟଭୀତ ହୋଇ ପଡ଼ିଥିଲେ। ଏହାପରେ ସେ ନିଜକୁ ମଧ୍ୟ ଛୁରୀ ଭୁଷିବାକୁ ଲାଗିଲେ।

Advertisment

ଏହା ଦେଖି ପଡ଼ୋଶୀ ଉଭୟ ମା’ ପୁଅଙ୍କୁ ରାଉରକେଲା ସରକାର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେଠାରେ ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନି।

Sundargarh Mother Mother's Protection
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe