Statue
Advertisment
ଭାଙ୍ଗିଗଲା ୪୦ ଫୁଟ ଉଚ୍ଚର ହକି ଖେଳାଳିଙ୍କ ଷ୍ଟାଚ୍ୟୁ। ପୁରୁଷ ହକି ବିଶ୍ୱକପ୍ ପାଇଁ ମାତ୍ର ୫ ମାସ ତଳେ ନିର୍ମାଣ ହୋଇଥିଲା ଏହି ଷ୍ଟାଚ୍ୟୁ। ଘଟଣାଟି ଘଟିଛି ରାଉରକେଲାରେ।
Advertisment
ରାଉରକେଲା ଏୟାରପୋର୍ଟ ପାଖରେ ଏହି ଷ୍ଟାଚ୍ୟୁଟିକୁ ରଖା ଯାଇଥିଲା। ତେବେ ହଠାତ ତାହା ଆଜି ଭାଙ୍ଗି ତଳେ ପଡ଼ି ଯାଇଥିଲା। ସାମାନ୍ୟ ବର୍ଷା ଓ ପବନ ପରେ ଏହି ଘଟଣା ଘଟିଥିଲା।
ଷ୍ଟାଚ୍ୟୁଟି ଖସିପଡ଼ିବା ସମୟରେ ସେଠାରେ କେହି ନଥିଲେ। ତେଣୁ କେହି ହତାହତ ହୋଇନାହାନ୍ତି। ତେବେ ଷ୍ଟାଚ୍ୟୁଟି କେମିତି ଭାଙ୍ଗିଲା, ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। କୁହାଯାଉଛି, ନିମ୍ନମାନର କାର୍ଯ୍ୟ ଯୋଗୁ ଷ୍ଟାଚ୍ୟୁଟି ଭାଙ୍ଗି ଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Statue_1686474081.jpg)