Advertisment

ନର୍ଦ୍ଦମା ସଫା କରୁଛନ୍ତି ସେବାଶ୍ରମ ପିଲା; ସାର କହୁଛନ୍ତି- ଆମେ କହିନୁ

ଦୁର୍ଭାଗ୍ୟର ବିଷୟ ଏହି ପୂରାତନ ଶିକ୍ଷାନୁଷ୍ଠାନ ଏବେ କଳଙ୍କ ମୁଣ୍ଡାଇଛି। ଛୋଟ ଛୋଟ ପିଲାମାନେ ପାଠ ପଢ଼ିବା ବଦଳରେ ସ୍କୁଲର ଡ୍ରେନ୍‌ ସଫା କରୁଛନ୍ତି। ବିଶେଷକରି ଝିଅ ପିଲାମାନେ ନର୍ଦ୍ଦମା ନାଳ ସଫା କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି

author-image
Manoranjan Sial
ଅଦ୍ୟତନ ହୋଇଛି
School

School

ଛୋଟ ଛୋଟ ପିଲା। ଖେଳିବା ଓ ପାଠ ପଢ଼ିବା ବୟସ। ହେଲେ ସେହି ବୟସରେ ସେମାନେ ସେବାଶ୍ରମର ନର୍ଦ୍ଦମା ସଫା କରୁଛନ୍ତି। ହେଲେ ସାର୍‌ କହୁଛନ୍ତି- ଆମେ କହିନୁ! ତାହାହେଲେ ଏଠି ପ୍ରଶ୍ନ ଉଠୁଛି, ନର୍ଦ୍ଦମା ସଫା କରିବାକୁ ପିଲାମାନଙ୍କୁ କହିଲା କିଏ? ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି ଖବର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି।

Advertisment

ଆଦିବାସୀ ପିଲାଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ୧୯୫୧ ମସିହାରେ କେ.ବାଲାଙ୍ଗ ଥାନା ଖରିଆବାହାଲରେ ସେବାଶ୍ରମ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ରହି ପାଠ ପଢ଼ିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ଏହି ସେବାଶ୍ରମ ସ୍କୁଲରେ ୧୨୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।

ହେଲେ ଦୁର୍ଭାଗ୍ୟର ବିଷୟ ଏହି ପୂରାତନ ଶିକ୍ଷାନୁଷ୍ଠାନ ଏବେ କଳଙ୍କ ମୁଣ୍ଡାଇଛି। ଛୋଟ ଛୋଟ ପିଲାମାନେ ପାଠ ପଢ଼ିବା ବଦଳରେ ସ୍କୁଲର ଡ୍ରେନ୍‌ ସଫା କରୁଛନ୍ତି। ବିଶେଷକରି ଝିଅ ପିଲାମାନେ ନର୍ଦ୍ଦମା ନାଳ ସଫା କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଅଭିଭାବକମାନେ ଜାଣିପାରି ସ୍କୁଲରେ ପହଞ୍ଚିଥିଲେ। ଶିକ୍ଷକଙ୍କ ଉପରେ ବିରକ୍ତ ହୋଇଥିଲେ। ନର୍ଦ୍ଦମା ସଫା କରିବାକୁ ପିଲାମାନଙ୍କୁ କିଏ କହିଲା ବୋଲି ଅଭିଭାବକମାନେ ପ୍ରଶ୍ନ କରିଥିଲେ।

Advertisment
Schoolସେବାଶ୍ରମ ସ୍କୁଲ ପିଲାମାନେ ନର୍ଦ୍ଦମା ସଫା କରୁଛନ୍ତି

ତେବେ ସେବାଶ୍ରମର ପ୍ରଧାନଶିକ୍ଷୟିତ୍ରୀ ଆର୍ଜେନ ଲାକ୍ରା ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପିଲାମାନଙ୍କୁ ନର୍ଦ୍ଦମା ସଫା କରିବାକୁ ମୁଁ କହିନାହିଁ। ହେଲେ କିଏ ପିଲାମାନଙ୍କୁ ନର୍ଦ୍ଦମା ସଫା କରିବାକୁ କହିଥିଲେ, ତାହା ବୁଝି କହିବି ବୋଲି ସେ କହିଛନ୍ତି।

ଶିଶୁ ମଙ୍ଗଳ ଅଧିକାରୀ ବିକାଶ ରଞ୍ଜନ ନାଏକ କହିଛନ୍ତି, ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରିପୋର୍ଟ-କୋଇଡାରୁ ସୁନୀଲ୍‌ ପଣ୍ଡା

School Sundargarh