Advertisment

ଯାହାକୁ ଜଗିଥିଲେ, ସିଏ କଚାଡ଼ି ଦେଲା

ଜଙ୍ଗଲରେ ହାତୀପଲଙ୍କୁ ଟ୍ରାକ୍ କରୁଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଗଲେ ବନ କର୍ମଚାରୀ।

author-image
Tapaswini Nayak
Elephant Attack

Elephant Attack

ଜଙ୍ଗଲରେ ହାତୀପଲଙ୍କ ଗତିବିଧି ଟ୍ରାକ୍‌ କରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ବନ କର୍ମଚାରୀ। ହାତୀଟି ବନ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲା। ଅନ୍ୟ ବନ କର୍ମଚାରୀ ମାନେ ତାଙ୍କୁ ହାତୀ କବଳରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଜରଡ଼ା ରେଞ୍ଜର କଂସର ବିଟର ରାଇତିରି ଜଙ୍ଗଲରେ। ଆହତ ବନ କର୍ମଚାରୀ ଜଣଙ୍କ ହେଲେ ଗଗନ ନାୟକ।

Advertisment

ଗତକାଲି ବିଟର ରାଇତିରି ଜଙ୍ଗଲରେ ୧୫ଟିକିଆ ହାତୀପଲ ବନ କର୍ମଚାରୀମାନେ ସୂଚନା ପାଇଥିଲେ। ପରେ ବନ କର୍ମଚାରୀ ଟିମ୍ ଘଟଣା ସ୍ଥଳକୁଯାଇ ହାତୀମାନଙ୍କୁ ଟ୍ରାକ କରୁଥିଲେ। ଏହି ସମୟରେ ହାତୀପଲରୁ ଏକ ହାତୀ ଆସି ଗଗନଙ୍କୁ ଆକ୍ରମଣ କରିଥିଲା ଗଗନ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ି ଥିଲେ ମଧ୍ୟ ହାତୀଟି ତାଙ୍କ ପଛରେ ଦୌଡ଼ିଥିଲା। ଅନ୍ୟ ବନ କର୍ମଚାରୀ ଏହାଦେଖି ହାତୀଟିକୁ ଘଉଡାଇଥିଲେ। ହାତୀଟି ଜଙ୍ଗଲ ଭିତରକୁ ପଳାଇଯାଇଥିଲା।

ବନ କର୍ମଚାରୀ ମାନେ ଗଗନଙ୍କୁ ଉଦ୍ଧାର କରି ଗୁରୁଣ୍ଡିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସ୍ଥାନାରନ୍ତର କରାଯାଇଛି।

Advertisment
Elephant Attack Sudargarh