Advertisment

ବିଦ୍ୟୁତ ଫାସ ନେଲା ମାଈ ହାତୀ ଜୀବନ, ଦିନକରେ ଦୁଇ ଘଟଣା

ଆଜି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡିଭିଜନର ଜରଡ଼ା ରେଞ୍ଜର ଲଛଡା ନିକଟ ଉଲୁସୁରା ସଂରକ୍ଷିତ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
mother elephant

mother elephant

Advertisment

ବିଦ୍ୟୁତ୍‌ ଫାସ ନେଲା ମାଈ ହାତୀର ଜୀବନ। ବନ୍ୟପ୍ରାଣୀଙ୍କ କବଳରୁ ଫସଲକୁ ସୁରକ୍ଷା ଦେବା ନିମନ୍ତେ ବାଡ଼ରେ ଚାଷୀ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡିଭିଜନର ଜରଡ଼ା ରେଞ୍ଜର ଲଛଡା ନିକଟ ଉଲୁସୁରା ସଂରକ୍ଷିତ ଜଙ୍ଗଲରେ ଏହି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ବନ ବିଭାଗ କର୍ମଚାରୀ, ଡିଏଫ୍‌ଓ, ଏସିଏଫ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

Advertisment

ହାତୀର ବୟସ ପ୍ରାୟ ୩୮ ବର୍ଷ ହେବ। ଗତରାତିରେ ଏହି ଅଘଟଣ ଘଟିଛି। ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ସ୍ଥିତି ଆହୁରି ସ୍ପଷ୍ଟ ହେବ ବୋଲି ଡିଏଫ୍‌ଓ କହିଛନ୍ତି।

ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ମହଦା ଗାଁ ନିକଟରେ ବାରହା ଶିକାର ପାଇଁ ବସା ଯାଇଥିବା ବିଦ୍ୟୁତ ଚାର୍ଜିତ ଫାଶରେ ପଡ଼ି ଗୋଟିଏ ଦନ୍ତାର ଜୀବନ ଯାଇଥିବା ଜଣାପଡ଼ିଥିଲା। ଗୋଟିଏ ଦିନରେ ଦୁଇଟି ହାତୀଙ୍କ ମୃତ୍ୟୁ ହେବା ଉଦ୍‌ବେଗର କାରଣ ହୋଇଛି। 

Advertisment

ହାତୀ ସୁରକ୍ଷା ନେଇ ସରକାରଙ୍କ ପଦକ୍ଷେପ ପ୍ରଭାବ ପକାଉ ନ ଥିବା ଏଥିରୁ ସ୍ପଷ୍ଟ ଅନୁମେୟ।

Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe