Advertisment

କାରକୁ ଧକ୍କା ଦେଲା ହାଇୱା: ୨ ମୃତ, ୪ ଗୁରୁତର

ବିବାହ ଭୋଜି ଖାଇବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା।

ଅଦ୍ୟତନ ହୋଇଛି
Accident

Accident

Advertisment

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ସୁଖାବନ୍ଧ ନିକଟରେ ୨୧୫ ନମ୍ବର ଜାତୀୟ ରାଜପଥରେ ଏକ କାରକୁ ଏକ ହାଇୱା ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ମୃତାହତମାନେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳର। ସେମାନେ ଏକ ବିବାହ ଭୋଜି ଖାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗକୁ ଯାଇଥିଲେ। ତେବେ କୌଣସି କାମରେ ସେମାନେ କେ. ବଲାଙ୍ଗରୁ ଲହୁଣୀପଡ଼ା ଯାଇଥିଲେ। ସେଠାରୁ ଦିନ ପ୍ରାୟ ୨ଟା ବେଳେ ପୁଣି କେ. ବଲାଙ୍ଗ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। 

ଦ୍ରୁତ ଗତିରେ ଆସୁଥିବା ହାଇୱାଟି କାରକୁ ପିଟିବା ପରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଜମି ଭିତରେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଚାଲି ଯାଇଥିଲା।   

Advertisment

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ କାରଟି ଲହୁଣୀପଡ଼ାରୁ କେ. ବଲାଙ୍ଗକୁ ଫେରୁଥିବା ବେଳେ ରଙ୍ଗ୍‌ରୁଟରେ ଯାଉଥିଲା। ଫଳରେ ହାଇୱା ସହିତ ଏହାର ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କର ଲହୁଣୀପଡ଼ା ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।

୪ ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

Accident Roadaccident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe