Advertisment

ଦୁଇ ସାଙ୍ଗଙ୍କୁ ହତ୍ୟାକରି ଘର ବାହାରକୁ ଫିଙ୍ଗିଦେଲେ!

ଗଣ୍ଡଗୋଳ ଭିତରେ ନିଶାରେ ଥିବା ଇନ୍ଦ୍ରଜିତ ଓ ସଞ୍ଜୟଙ୍କୁ ହତ୍ୟା କରି ଘର ବାହାରକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ଘର ମାଲିକ ସ୍ୱାମୀ-ସ୍ତ୍ରୀ ସେଠାରୁ ଚମ୍ପଟ ମାରିଥିଲେ।

Rourkela Murder

Rourkela Murder

Advertisment

ଭୋଜିରେ ଗଣ୍ଡଗୋଳ। ପରେ ହତ୍ୟାକାଣ୍ଡ। ତା’ପରେ ଦୁଇ ସାଙ୍ଗଙ୍କ ମୃତଦେହକୁ ଘର ଆଗକୁ ଫିଙ୍ଗିଦେଲେ! ଆଜି ଅପରାହ୍ନରେ ଏପରି ନୃଶଂସ ହତ୍ୟାକାଣ୍ଡ ଷ୍ଟିଲ୍‌ସିଟି ରାଉରକେଲାରେ ଘଟିଛି। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Advertisment

ଅଭିଯୋଗରୁ ପ୍ରକାଶ, ରାଉରକେଲା ସହର ସାରନଗରୀ କନ୍‌ଷ୍ଟ୍ରକ୍‌ସନ୍‌ କଲୋନୀର ଇନ୍ଦ୍ରଜିତ ସ୍ୱାଇଁ ଓ ତାଙ୍କ ବନ୍ଧୁ ସଞ୍ଜୟ ଦାସ ଅପରାହ୍ନରେ ଜଣଙ୍କ ଘରକୁ ଯାଇଥିଲେ। ସେଠାରେ କୁଆଡ଼େ ଭୋଜି ଭାତ ହୋଇଥିଲା। ଖାଇବା ପୂର୍ବରୁ ଇନ୍ଦ୍ରଜିତ, ସଞ୍ଜୟ ଓ ଘର ମାଲିକ(ସ୍ୱାମୀ ଓ ସ୍ତ୍ରୀ) ମିଶି ମଦ ପିଇଥିବା ଅଭିଯୋଗ ହେଉଛି। ତା’ପରେ ପାଟିତୁଣ୍ଡ ହୋଇଥିଲା।

ଗଣ୍ଡଗୋଳ ଭିତରେ ନିଶାରେ ଥିବା ଇନ୍ଦ୍ରଜିତ ଓ ସଞ୍ଜୟଙ୍କୁ ହତ୍ୟା କରି ଘର ବାହାରକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ଘର ମାଲିକ ସ୍ୱାମୀ-ସ୍ତ୍ରୀ ସେଠାରୁ ଚମ୍ପଟ ମାରିଥିଲେ। କୌଣସି ସୂତ୍ରରୁ ଖବର ୧୦୮ ଆମ୍ୱୁଲାନ୍ସ କର୍ମଚାରୀମାନେ ଦୁଇ ଜଣଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ମେଡ଼ିକାଲ୍‌କୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଇଣ୍ଟରନାଲ୍‌ କ୍ଷତ କିଛି ଜଣାପଡ଼ୁ ନାହିଁ ଡାକ୍ତର କହିଛନ୍ତି।

Advertisment

ରାଉରକେଲା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଯେଉଁଠାରେ ଭୋଜି ଆୟୋଜନ କରାଯାଇଥିବା ଚର୍ଚ୍ଚା ହେଉଛି, ସେଠାରେ କେହି ନଥିବା ଜଣାପଡ଼ିଛି। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ରିପୋର୍ଟ-ରାଉରକେଲାରୁ ପବନ ତିୱାରୀ

Crime Sundargarh Odisha Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe