Advertisment

ଜିଲ୍ଲା କଂଗ୍ରେସ ଭବନ ସାଜିଲା କୁରୁକ୍ଷେତ୍ର, ଦୁଇ ବରିଷ୍ଠ ନେତାଙ୍କ ଖଣ୍ଡଯୁଦ୍ଧ

ଆଜି ରାଉରକେଲାରେ କଂଗ୍ରେସ ଭବନରେ ଘଟଣା ଘଟିଛି। ଯେଉଁଠି ଦୁଇ ବରିଷ୍ଠ ନେତା ସବିର ହୁସେନ ଓ ଉମେଶ ସରନ ଖଣ୍ଡଯୁଦ୍ଧ କରିଛନ୍ତିା

author-image
Niranjan Mishra
ଅଦ୍ୟତନ ହୋଇଛି
two senior leaders clash

two senior leaders clash

ଜିଲ୍ଲା କଂଗ୍ରେସ ଭବନ ସାଜିଲା କୁରୁକ୍ଷେତ୍ର। ଭୀମ ଓ ଦୁର୍ଯ୍ୟଧନ ଭଳି ଲଢ଼ିଲେ ଦୁଇ ବରିଷ୍ଠ ନେତା। ବିଧା, ଗୋଇଠା, ମୁଥ ମାଡ଼ରେ ପରଷ୍ପର ଦୁହେଁଦୁହିଁଙ୍କୁ ଆକ୍ରମଣ କରୁଥିଲେ। ତଳେ ପଡ଼ୁଥିଲେ, ପୁଣି ଉଠି ଲଢ଼ୁଥିଲେ। ଆଗ ଧାଡ଼ିରେ ବସିବାକୁ ଏମିତି କଳି ଲାଗିଲା ଯେ, ପାର୍ଟି ଅଫିସ୍ ଭିତରେ ଏହି ଦୁଇ ନେତା ମାରପିଟ ହୋଇଥିଲେ। ଆଜି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲା କଂଗ୍ରେସ ଭବନରେ ଏହି ଘଟଣା ଘଟିଛି। ଯେଉଁଠି ଦୁଇ ବରିଷ୍ଠ ନେତା ସବିର ହୁସେନ ଓ ଉମେଶ ସରନ ଖଣ୍ଡଯୁଦ୍ଧ କରିଛନ୍ତିା

Advertisment

ଦଳୀୟ ଅନ୍ୟ ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ହେଁ ବେଶ କିଛି ସମୟ ଏମାନଙ୍କ ମାରପିଟ୍‌ର ଦୃଶ୍ୟ ଚୁପ୍‌ଚାପ ଦେଖୁଥିଲେ। କିଏ ମୋବାଇଲ କ୍ୟାମେରାରେ ଏହାର ଦୃଶ୍ୟ ତୋଳି ଧରୁଥିଲା ତ, କିଏ ସେମାନଙ୍କ ନିକଟରୁ ହଟିଯାଇ ହସହସ ମୁହଁରେ ଏହାକୁ ଉପଭୋଗ କରୁଥିଲେ। ତେବେ କିଛି ସମୟ ଯୁଦ୍ଧ ଚାଲିବା ପରେ ଅନ୍ୟକିଛି ଦଳୀୟ ନେତା ପହଞ୍ଚି ସେମାନଙ୍କୁ ଏଭଳି ଯୁଦ୍ଧରୁ ବିରତ କରିବାକୁ ଚେଷ୍ଟା କରିଥିଲେ।

ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲାା ହେଲେ ଆଗ ଧାଡ଼ିରେ କିଏ ବସିବ ତାକୁ ନେଇ ସବିର ଓ ଉମେଶଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲାା ପରେ ଠେଲାପେଲା ଓ ମୁଥ ମରାମରି ହୋଇଥିଲେ ଦୁଇ ଜଣ। ଉଭୟ ନେତା ତଳେ ଗଡ଼ାଗଡ଼ି ହୋଇ ପିଟାପିଟି ହୋଇଥିଲେ। ପରିସ୍ଥିତି ଏମିତି ହେଲା କି ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ବନ୍ଦ କରିଦିଆଯାଇଛି।

Advertisment
two senior leaders clashଦୁଇ ବରିଷ୍ଠ ନେତାଙ୍କ ଭିତରେ ଖଣ୍ଡଯୁଦ୍ଧ

ଏନେଇ କଂଗ୍ରେସ ଜିଲ୍ଲା ସଭାପତି ଦେବଦତ୍ତ ବିହାରୀ କହିଛନ୍ତି, କଂଗ୍ରେସ ଇତିଆସରେ ଏହା ଏକ କଳଙ୍କିତ ଦିବସ। ଯେତେ ନିନ୍ଦା କଲେ କମ୍ ହେବ। ଆଜି ସମ୍ବାଦିକ ସମ୍ମିଳନୀ ହେବା ପୂର୍ବରୁ ଏହି ଦୁଇନେତା ପରଷ୍ପର ଭିତରେ ହୋଇଥିବା ମାଡ଼ଗୋଳ ଓ ତଳେ ପଡ଼ି ଗଡ଼ାତଡ଼ା ହେବା ଅତି ଖରାପ କଥା। ଏହାକୁ ବରଦାସ୍ତ କରାଯିବନି। ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକମାଣ୍ଡଙ୍କୁ ଲେଖାଯିବ। ଏମାନଙ୍କୁ ଦଳରୁ ବହିଷ୍କାର କରା ନ ଯିବା ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି।

ସୂଚନା ଥାଉକି, ରାଜ୍ୟରେ କଂଗ୍ରେସ ଅବସ୍ଥା ଅତି ଖରାପ ଆଡ଼କୁ ଗତି କରୁଥିବା ବେଳେ ଏଭଳି ସ୍ଥିତି ଏବେ ଆଲୋଚନାର ବିଷୟ ହୋଇଛି।

Congress Sundargarh Group Clash