Advertisment

କୁଲର୍‌ ଉପରେ ମହମବତୀ ଲଗାଇ ଶୋଇଥିଲେ ୨ ଶ୍ରମିକ, ତା’ ପରେ...

ଆଜି ସକାଳେ ସ୍ଥାନୀୟ ଲୋକେ ମିଠୁ ଓ ଦିଲୀପଙ୍କୁ କାମକୁ ଯିବା ପାଇଁ କବାଟ ବାଡ଼େଇ ଡାକିଥିଲେ। ହେଲେ ସେମାନେ ଶୁଣି ନଥିଲେ।

ଅଦ୍ୟତନ ହୋଇଛି
2 workers dead

2 workers dead

Advertisment

ଘରେ ନିଆଁ ଲାଗିଯିବାରୁ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ଲୁହୁରାଢ଼ିପାରେ। ମୃତ ଶ୍ରମିକ ଦ୍ୱୟ ହେଲେ ଦିଲୀପ ଓ ମିଠୁ। ସେମାନଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରି ଥାନା ଅନ୍ତର୍ଗତ ବାଉଁରି ମୁଣ୍ଡା ଗାଁରେ।

Advertisment

ଦିଲୀପ ଓ ମିଠୁ ଲୁହୁରାଢିପାରେ ଏକ ଭଡ଼ା ନେଇ ରହୁଥିଲେ। ସେଠାରେ ରହି କାମଧନ୍ଦା କରୁଥିଲେ। ସୂଚନା ଅନୁଯାୟୀ, ଗତକାଲି ରାତିରେ ଦିଲୀପ ଓ ମିଠୁ କୁଲର ଉପରେ ଏକ ମହମବତୀ ଲଗାଇ ଶୋଇ ପଡ଼ିଥିଲେ। ମହବତୀରୁ ନିଆଁ କୁଲରରେ ଲାଗିଯାଇଥିଲା। ଏହା ପରେ ନିଆଁ ଘରର ସିଲିଙ୍ଗରେ ଲାଗିଯାଇଥିଲା। ଦିଲୀପ ଓ ମିଠୁଙ୍କ ନିଦ ଭାଙ୍ଗିଲା ବେଳକୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା। ସେମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଘରୁ  ବାହାରି ପାରି ନଥିଲେ। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। 

ଆଜି ସକାଳେ ସ୍ଥାନୀୟ ଲୋକେ ମିଠୁ ଓ ଦିଲୀପଙ୍କୁ କାମକୁ ଯିବା ପାଇଁ କବାଟ ବାଡ଼େଇ ଡାକିଥିଲେ। ହେଲେ ସେମାନେ ଶୁଣି ନଥିଲେ। ପରେ ସ୍ଥାନୀୟ ଲୋକେ କବାଟ ତାଡ଼ି ଘରେ ପଶି ଦେଖିଲା ବେଳକୁ ମିଠୁ ଓ ଦିଲୀପଙ୍କ ମୃତଦେହ ଅଧା ପୋଡ଼ା ଅବସ୍ଥା ପଡ଼ିଥିଲା। ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି ଓ ତଦନ୍ତ ଜାରି ରଖିଛି।  

Advertisment
Fire Breakout Sundargarh Labour Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe