Advertisment

‘ସରି ଅଲ୍ ଅଫ୍ ୟୁ’  ଲେଖି ଝୁଲି ପଡ଼ିଲେ ବିଜେଡି ନେତା

ଧୀରଜ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ପ୍ରେମ ଜନିତ କାରଣ ପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Dhiraj prasad

Dhiraj prasad

Advertisment

‘ସରି ଅଲ୍ ଅଫ୍ ୟୁ’  ହ୍ୱାଟସଆପ୍‌ ଷ୍ଟାଟସରେ ଲେଖି ଝୁଲି ପଡ଼ିଲେ ସୁନ୍ଦରଗଡ ଟାଉନ ଯୁବ ବିଜେଡି ସଭାପତି। ଆଜି ସକାଳେ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ତାଙ୍କ ନାଁ ଧୀରଜ୍ ପ୍ରସାଦ। ଧୀରଜଙ୍କ ଘର ଟାଉନ ଥାନା ରାଜବାଟି ଅଞ୍ଚଳରେ।

Advertisment

ଗତକାଲି ଧୀରଜ ହସଖୁସିରେ ସାଙ୍ଗମାନଙ୍କ ସହ ଦିନ ବିତାଇଥିଲେ। ସନ୍ଧ୍ୟାରେ ବିଜେଡି କର୍ମୀଙ୍କ ସହ ବସି  କଥା ହୋଇଥିଲେ। ହେଲେ ରାତି ପ୍ରାୟ୧୨ ଟା ସମୟରେ ଧୀରଜ ନିଜ ହ୍ୱାଟସଆପ୍‌ ଷ୍ଟାଟସରେ ‘ସରି ଅଲ୍ ଅଫ୍ ୟୁ’  ଲେଖି ଛାଡ଼ିଥିଲେ। ପରେ ସେ ନିଜ ରୁମ୍‌ରେ ଥିବା ଫ୍ୟାନ୍‌ରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ପରିବାର ଲୋକେ ଧୀରଜଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। 

ଧୀରଜ୍ କଣ ପାଇଁ ଆତ୍ମହତ୍ୟା କଲେ, ଏହା ପଛରେ କାରଣ ଅଛି ଅସ୍ପଷ୍ଟ ରହିଛି। ଧୀରଜଙ୍କର କାହା ସହିତ ରାଜନୈତିକ ଶତ୍ରୁତା ଥିଲା ନା ଅନ୍ୟ କିଛି କାରଣ ଅଛି ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପରିବାର ଲୋକେ ମଧ୍ୟ ଧୀରଜଙ୍କ ଆତ୍ମହତ୍ୟା ନେଇ ମୁହଁ ଖୋଲି ନାହାନ୍ତି। ଧୀରଜ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ପ୍ରେମ ଜନିତ କାରଣ ପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

Advertisment
Suicide Sudargarh B JD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe