Advertisment

ପଥରରେ ଛେଚି ହତ୍ୟାକଲା, ପରେ ମୃତଦେହକୁ ଗଛରେ ଟାଙ୍ଗିଦେଲା

ଆଜି ସକାଳେ ଗାଁ ଲୋକେ ଜଙ୍ଗଲ ଭିତରେ ତୋଳାର ରକ୍ତାକ୍ତ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହତ୍ୟାରେ ବାବୁଲୁ ଗିରିର ହାତ ଥିବା ଗାଁ ଲୋକେ ପୁଲିସକୁ କହିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
sundargarh

sundargarh

ପଥରରେ ଛେଚି ହତ୍ୟାକଲା। ପରେ ମୃତଦେହକୁ ଏକ କିମି ଦୂରକୁ ନେଇ ଜଙ୍ଗଲ ଭିତରେ ଗୋଟିଏ ଗଛରେ ଟାଙ୍ଗି ଦେଲା। ଏପରି ବୀଭତ୍ସ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ମହୁଲପଦା ଥାନା ଅନ୍ତର୍ଗତ ମରଚିଢିହି ଗାଁର ତୋଳା ନାଏକ ଓ ଫୁଲ୍‌ଝର ଗ୍ରାମର ବାବୁଲୁ ଗିରିଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା। ଶନିବାର ସନ୍ଧ୍ୟା ବେଳେ ବାବୁଲୁ କୌଶଳ କରି ତୋଳାଙ୍କୁ ଜଙ୍ଗଲକୁ ଡାକି ନେଇଯାଇଥିଲା। ତୋଳା ମଧ୍ୟ ତାଙ୍କ ସହିତ ଚାଲି ଯାଇଥିଲେ। ପରେ ବାବୁଲୁ ଗିରି ଗାଁକୁ ଫେରି ଆସିଥିଲା। ହେଲେ ତୋଳା ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ।

ଆଜି ସକାଳେ ଗାଁ ଲୋକେ ଜଙ୍ଗଲ ଭିତରେ ତୋଳାର ରକ୍ତାକ୍ତ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହତ୍ୟାରେ ବାବୁଲୁ ଗିରିର ହାତ ଥିବା ଗାଁ ଲୋକେ ପୁଲିସକୁ କହିଥିଲେ। ଏହା ପରେ ପୁଲିସ ବାବୁଲୁ ଗିରିକୁ ଅଟ ରଖି ପଚରାଉଚରା କରିଥିଲା। ଘନ ଘନ ଜେରା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ତୋଳାକୁ ଜଙ୍ଗଲକୁ ଡାକି ନେଇ ପଥରରେ ଛାତି ହତ୍ୟା କରିଥିଲା। ପରେ ମୃତଦେହକୁ ଗଛରେ ଟାଙ୍ଗି ଦେଇଥିବା ବାବୁଲ ପୁଲିସ୍‌ ପାଖରେ ସ୍ୱୀକାର କରିଥିଲା।

Advertisment

ରିପୋର୍ଟ-ବଣାଇରୁ ରଞ୍ଜିତ ଚୌଧୁରୀ

Murder Crime Sundargarh Odisha Crime