Advertisment

ସିଲ୍‌ ହେଲା ଭୁବନେଶ୍ୱରର ସୁନ୍ଦରପଦା, ଯଦୁପୁର ଅଞ୍ଚଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମର ୬୭ ନମ୍ବର ୱାର୍ଡର କପିଳପ୍ରସାଦରେ ଆଜି ଜଣେ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପରେ ତତ୍ପର ହୋଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସଂକ୍ରମଣ ରୋକିବା ପାଇଁ ସୁନ୍ଦରପଦା ଓ ୬୪ ୱାର୍ଡ଼ ନମ୍ୱର ଯଦୁପୁରର ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଇଛି। ଏହି ସଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ ନିଆଯାଇଛି। ଆଜି ସୁନ୍ଦରପଦା ଅଞ୍ଚଳରେ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛି। […]

author-image
Manoranjan Sial
ଅଦ୍ୟତନ ହୋଇଛି
ସିଲ୍‌ ହେଲା ଭୁବନେଶ୍ୱରର ସୁନ୍ଦରପଦା, ଯଦୁପୁର ଅଞ୍ଚଳ

sill

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମର ୬୭ ନମ୍ବର ୱାର୍ଡର କପିଳପ୍ରସାଦରେ ଆଜି ଜଣେ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପରେ ତତ୍ପର ହୋଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସଂକ୍ରମଣ ରୋକିବା ପାଇଁ ସୁନ୍ଦରପଦା ଓ ୬୪ ୱାର୍ଡ଼ ନମ୍ୱର ଯଦୁପୁରର ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଇଛି। ଏହି ସଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ ନିଆଯାଇଛି।

Advertisment

ଆଜି ସୁନ୍ଦରପଦା ଅଞ୍ଚଳରେ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ସୁନ୍ଦରପଦା ପୌର ଚିକିତ୍ସାଳୟଠାରୁ କାଳୁଆସନୀ ମନ୍ଦିର ଓ ପୌର ଚିକିତ୍ସାଳୟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ୍ କରିଛି। ସେହିପରି କାଳୁଆସନୀ ମନ୍ଦିରଠାରୁ ଟାଟା ପ୍ରୋଜେକ୍ଟ ଯାଏଁ ଓ ଟାଟା ପ୍ରୋଜେକ୍ଟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ କରାଯାଇଛି। ସଂପୃକ୍ତ ଅଞ୍ଚଳରୁ କେହି ନବାହାରକୁ ଅପିଲ୍‌ କରାଯାଇଛି। ସ୍ଥାନୀୟ ଲୋକଙ୍କ ଜରୁରୀ ଆବଶ୍ୟକତା BMCର ଟିମ ପୂରଣ କରିବ। ଏଥିପାଇଁ BMC ୪ ଜଣିଆ ଟିମ ଗଠନ କରିଛି। ସାନିଟେସନ୍ ପାଇଁ ଡ. ଦେବୀକାନ୍ତ ଧମିଲ AHO, BMC ଫୋ-୯୪୩୭୦୨୮୯୪୫, ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ କମଲଜିତ ଦାସ OAS; ଫୋ- ୯୪୩୯୪୩୧୬୭୨, ସ୍ୱାସ୍ଥ୍ୟ ସେବା ପାଇଁ ଡ. ବିଜୟଲକ୍ଷ୍ମୀ ପଣ୍ଡା; ଫୋ-୯୩୩୭୩୯୭୧୩୪ ଓ ଆକ୍ଟିଭ୍‌ ସର୍ଭିଲାନ୍ସ ଡ. ଶୁଭମ୍ ପୁହାଣ; ଫୋ- ୭୯୭୮୨୦୦୦୫୯ ରହିଛନ୍ତି। ସଂପୃକ୍ତ ଅଞ୍ଚଳ ମଧ୍ୟରେ ଥିବା ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ। ଆସନ୍ତାକାଲି ଏହି ଅଞ୍ଚଳକୁ ସାନିଟାଇଜ୍‌ କରାଯିବ। ଏପରିକି ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବେ। ଆବଶ୍ୟକ ପଡ଼ିଲେ ରକ୍ତ ନମୂନା ସଂଗ୍ରହ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।

ସହିଭଳି ୱାର୍ଡ଼ ନମ୍ବର ୬୪ ର ଯଦୁପୁର ଓ ବେଗୁନିଆକୁ ‘କରୋନା’ ସଂକ୍ରମଣ ଜୋନ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳର ପାଲାମଣ୍ଡପ ଛକରୁ ଯଦୁପୁର ଗାଁ, ପାଣିଟାଙ୍କିରୁ ଯଦୁପୁର ଗାଁକୁ ସିଲ୍‌ କରାଯାଇଛି। ସେହିଭଳି ମୁଖ୍ୟ ରାସ୍ତା ଅଟୋ ଷ୍ଟାଣ୍ଡରୁ ଯଦୁପୁର ଗାଁ ଏବଂ ଅମ୍ବେଦକର ଶିକ୍ଷା କେନ୍ଦ୍ରରୁ ଯଦୁପୁର ଗାଁ ଅଞ୍ଚଳକୁ ସିଲ୍ କରାଯାଇଛି। ଯଦୁପୁର ଅଞ୍ଚଳରେ ‘କରୋନା’ ଆକ୍ରାନ୍ତ ଅଞ୍ଚଳରୁ ଲୋକମାନେ ଆସି ରହିଥିବା ସନ୍ଦେହ କରି ସିଲ୍‌ କରିଛି ବିଏମ୍‌ସି।  ଏହି ସବୁ ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଘରୁ ନବାହାରିବା ପାଇଁ ଲୋକଙ୍କୁ ଅପିଲ୍‌ କରାଯାଇଛି।

Advertisment

ସୂଚନାରୁ ପ୍ରକାଶ, ଆଜି କପିଳପ୍ରସାଦ ଅଞ୍ଚଳରେ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଅଷ୍ଟ୍ରେଲିଆ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଆଜି ତାଙ୍କର ରକ୍ତ ନମୂନାରେ ପଜିଟିଭ ଆସିଥିଲା। ତାଙ୍କୁ ଏବେ କୋଭିଡ୍‌-୧୯ ହସ୍ପିଟାଲରେ ରଖାଯାଇଛି।