୧୧ଶହ ସେଲୁନ୍ ଦୋକାନ ବନ୍ଦ, ଚିନ୍ତାରେ ବାରିକ ସମିତି

ରାଉରକେଲା (ଓଡ଼ିଶା ରିପୋର୍ଟର): କରୋନା କଟକଣା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ସେଲୁନ ଦୋକାନୀ। ଲକଡାଉନ୍ ଓ ଶଟଡାଉନ୍ ଯୋଗୁଁ ଦୀର୍ଘ ଦିନ ହେଲା ବନ୍ଦ ରହିଛି ସେଲୁନ୍ ଦୋକାନ। ଏଥିଯୋଗୁଁ ସେମାନଙ୍କ ପକ୍ଷେ ଏବେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି। ରାଉରକେଲାରେ ୧୧ ଶହ ସେଲୁନ୍ ଦୋକାନ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ କରୋନା କଟକଣା କୋହଳ କରାଯାଇଥିଲେ ହେଁ ସେଲୁନ ଖୋଲିବା ପାଇଁ ଅନୁମତି ଦିଆଯାଇନାହିଁ। ଏଣୁ ସରକାର ବାରିକଙ୍କ ପ୍ରତି ଦୃଷ୍ଟି […]

salon-shop

salon-shop

Ranjit Kumar Jena
  • Published: Friday, 04 June 2021
  • Updated: 04 June 2021, 04:51 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): କରୋନା କଟକଣା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ସେଲୁନ ଦୋକାନୀ। ଲକଡାଉନ୍ ଓ ଶଟଡାଉନ୍ ଯୋଗୁଁ ଦୀର୍ଘ ଦିନ ହେଲା ବନ୍ଦ ରହିଛି ସେଲୁନ୍ ଦୋକାନ। ଏଥିଯୋଗୁଁ ସେମାନଙ୍କ ପକ୍ଷେ ଏବେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି।

ରାଉରକେଲାରେ ୧୧ ଶହ ସେଲୁନ୍ ଦୋକାନ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ କରୋନା କଟକଣା କୋହଳ କରାଯାଇଥିଲେ ହେଁ ସେଲୁନ ଖୋଲିବା ପାଇଁ ଅନୁମତି ଦିଆଯାଇନାହିଁ। ଏଣୁ ସରକାର ବାରିକଙ୍କ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରି ରାଉରକେଲାର ନିଖିଳ ଉତ୍କଳ ବାରିକ ସମିତି ପକ୍ଷରୁ ରାଉରକେଲା ଏଡିଏମଙ୍କୁ ଏକ ଦାବି ପତ୍ର ଦିଆଯାଇଛି।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ସାରା ରାଜ୍ୟରେ କାୟା ବିସ୍ତାର କରିଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଜୁନ୍ ୧୭ ତାରିଖ ସାରା ରାଜ୍ୟରେ ଲକଡାଉନ୍ ଅବଧି ବଢ଼ାଇଛନ୍ତି। ତେବେ ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼।

ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ। କିନ୍ତୁ ସେଲୁନ, ସ୍ପା ଓ ମଲ୍‌କୁ ବନ୍ଦ ରହିବ ବୋଲି କୁହାଯାଇଛି। ତେବେ ଏହି ୩ଟି ଜିଲ୍ଲାରେ ସଂକ୍ରମଣ ବଢ଼ିଲେ ପୁଣି କଟକଣା ଲାଗୁ ହେବ। ବାକି ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos