Advertisment

୧୧ଶହ ସେଲୁନ୍ ଦୋକାନ ବନ୍ଦ, ଚିନ୍ତାରେ ବାରିକ ସମିତି

ରାଉରକେଲା (ଓଡ଼ିଶା ରିପୋର୍ଟର): କରୋନା କଟକଣା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ସେଲୁନ ଦୋକାନୀ। ଲକଡାଉନ୍ ଓ ଶଟଡାଉନ୍ ଯୋଗୁଁ ଦୀର୍ଘ ଦିନ ହେଲା ବନ୍ଦ ରହିଛି ସେଲୁନ୍ ଦୋକାନ। ଏଥିଯୋଗୁଁ ସେମାନଙ୍କ ପକ୍ଷେ ଏବେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି। ରାଉରକେଲାରେ ୧୧ ଶହ ସେଲୁନ୍ ଦୋକାନ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ କରୋନା କଟକଣା କୋହଳ କରାଯାଇଥିଲେ ହେଁ ସେଲୁନ ଖୋଲିବା ପାଇଁ ଅନୁମତି ଦିଆଯାଇନାହିଁ। ଏଣୁ ସରକାର ବାରିକଙ୍କ ପ୍ରତି ଦୃଷ୍ଟି […]

author-image
Ranjit Kumar Jena
୧୧ଶହ ସେଲୁନ୍ ଦୋକାନ ବନ୍ଦ, ଚିନ୍ତାରେ ବାରିକ ସମିତି

salon-shop

ରାଉରକେଲା (ଓଡ଼ିଶା ରିପୋର୍ଟର): କରୋନା କଟକଣା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ସେଲୁନ ଦୋକାନୀ। ଲକଡାଉନ୍ ଓ ଶଟଡାଉନ୍ ଯୋଗୁଁ ଦୀର୍ଘ ଦିନ ହେଲା ବନ୍ଦ ରହିଛି ସେଲୁନ୍ ଦୋକାନ। ଏଥିଯୋଗୁଁ ସେମାନଙ୍କ ପକ୍ଷେ ଏବେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି।

Advertisment

ରାଉରକେଲାରେ ୧୧ ଶହ ସେଲୁନ୍ ଦୋକାନ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ କରୋନା କଟକଣା କୋହଳ କରାଯାଇଥିଲେ ହେଁ ସେଲୁନ ଖୋଲିବା ପାଇଁ ଅନୁମତି ଦିଆଯାଇନାହିଁ। ଏଣୁ ସରକାର ବାରିକଙ୍କ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରି ରାଉରକେଲାର ନିଖିଳ ଉତ୍କଳ ବାରିକ ସମିତି ପକ୍ଷରୁ ରାଉରକେଲା ଏଡିଏମଙ୍କୁ ଏକ ଦାବି ପତ୍ର ଦିଆଯାଇଛି।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ସାରା ରାଜ୍ୟରେ କାୟା ବିସ୍ତାର କରିଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଜୁନ୍ ୧୭ ତାରିଖ ସାରା ରାଜ୍ୟରେ ଲକଡାଉନ୍ ଅବଧି ବଢ଼ାଇଛନ୍ତି। ତେବେ ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼।

Advertisment

ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ। କିନ୍ତୁ ସେଲୁନ, ସ୍ପା ଓ ମଲ୍‌କୁ ବନ୍ଦ ରହିବ ବୋଲି କୁହାଯାଇଛି। ତେବେ ଏହି ୩ଟି ଜିଲ୍ଲାରେ ସଂକ୍ରମଣ ବଢ଼ିଲେ ପୁଣି କଟକଣା ଲାଗୁ ହେବ। ବାକି ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି।