Advertisment

ରାଉରକେଲା ସହରର ୩ଟି ସ୍ଥାନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ରାଉରକେଲା (ଓଡ଼ିଶା ରିପୋର୍ଟର) ରାଉରକେଲା ସହରରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଆଜି ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କଳିଙ୍ଗ ବିହାର କୋ-ଅପରେଟିଭ୍ କଲୋନି, ଛେଣ୍ଡ୍ ଏଲସିଆର କ୍ୱାର୍ଟର ଅଞ୍ଚଳ ଏବଂ ସିଭିଲ ଟାଉନସିପର ଏନ୍-୪ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ କଟକଣା ଜାରି ରହିବ। ଏହିସବୁ ଅଞ୍ଚଳରେ ଲୋକଙ୍କ ଯିବା ଆସିବା […]

ଫେରିଲା କଣ୍ଟେନମେଣ୍ଟ ଜୋନ୍‌, ୩ଟି ଜାଗାରେ ଲାଗୁ ହେଲା କଟକଣା

containment zone

Advertisment

ରାଉରକେଲା (ଓଡ଼ିଶା ରିପୋର୍ଟର) ରାଉରକେଲା ସହରରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଆଜି ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କଳିଙ୍ଗ ବିହାର କୋ-ଅପରେଟିଭ୍ କଲୋନି, ଛେଣ୍ଡ୍ ଏଲସିଆର କ୍ୱାର୍ଟର ଅଞ୍ଚଳ ଏବଂ ସିଭିଲ ଟାଉନସିପର ଏନ୍-୪ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ କଟକଣା ଜାରି ରହିବ।

Advertisment

ଏହିସବୁ ଅଞ୍ଚଳରେ ଲୋକଙ୍କ ଯିବା ଆସିବା ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେଠାରେ କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟାଳୟ ଥିଲେ ତାହା ବନ୍ଦ ରହିବ। ସଂପୃକ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧପତ୍ର ପହଞ୍ଚାଇବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ମହାନଗର ନିଗମର ଅଧିକାରୀମାନଙ୍କ ନମ୍ବର ଜାରି କରାଯାଇଛି।

ମହାନଗରରେ କରୋନା ଚେନ୍ ଭାଙ୍ଗିବାକୁ ଆମେ ଏହି ପଦକ୍ଷେପ ନେଇଛୁ। ତେଣୁ ଏହି ସମୟରେ କେହି ଘରୁ ବାହାରନ୍ତୁ ନାହିଁ। ଯଦି କାହା ଘରେ କାହାର କୋଭିଡ୍ ଲକ୍ଷଣ ରହିଛି ସେମାନେ ଟେଷ୍ଟିଂ କରିବାକୁ ଆଗେଇ ଆସନ୍ତୁ। ବ୍ୟାପକ ଟେଷ୍ଟିଂ କରି ଆମେ କରୋନା ଭାଇରସକୁ ଚିହ୍ନଟ କରିପାରିବା। ଲୋକଙ୍କର କାହାର କିଛି ସହାୟତା ଆବଶ୍ୟକ ଥିଲେ ମାଗଣାରେ ରାଉରକେଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୮ କିମ୍ବା ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧/ ୦୧୧ ୪୧୧ ୮୨୧ ୩୮କୁ କଲ୍ କରିପାରିବେ ବୋଲି କହିଛନ୍ତି ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା।

Advertisment

କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ରାଉରକେଲାର କଳିଙ୍ଗ ବିହାର କୋ-ଅପରେଟିଭ୍ କଲୋନିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ପୂର୍ବରେ ମେନ୍ ରୋଡ୍, ପଶ୍ଚିମରେ ରେଲୱେ ଲାଇନ୍ ଏବଂ ଅନ୍ୟ ପାର୍ଶ୍ୱରେ କୋ-ଅପରେଟିଭ୍ ଛକରୁ କଳିଙ୍ଗବିହାର ମେନ୍ ଡ୍ରେନ୍ ପର‌୍ୟ୍ୟାନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ସୀମା ନିର୍ଦ୍ଧାରଣ କରାଯାଇଛି।

ସହରର ଛେଣ୍ଡ୍ ଏଲସିଆର କ୍ୱାର୍ଟର ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। କ୍ୱାର୍ଟର ନମ୍ବର ଏଲସିଆର-୨୩୭ରୁ ଏଲସିଆର-୨୪୮ ଏବଂ ଏଲସିଆର-୨୪୮ର ସାମ୍ନା ଦିଗରେ କ୍ୱାର୍ଟର ନମ୍ବର ଏମଆଇସିଆର-୨୮ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ କଣ୍ଟେନମେଣ୍ଟ ସୀମା ଭାବେ ଚିହ୍ନଟ କରାଯାଇଛି।

ସେହିପରି ସିଭିଲ ଟାଉନସିପର ଏନ୍-୪ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। କ୍ୱାର୍ଟର ନମ୍ବର ଏନ-୪/୧୨ରୁ ଏନ-୪/୧୮ ଏବଂ ଏନ-୪/୧୨ ସାମ୍ନା ଦିଗରେ କ୍ୱାର୍ଟର ନମ୍ବର ଏମ୍-୧୪ (ରାସ୍ତା ପାଖ) ପର‌୍ୟ୍ୟିନ୍ତ ସମଗ୍ର ଅଞ୍ଚଳକୁ କଣ୍ଟେନମେଣ୍ଟ ସୀମା ଭାବେ ଚିହ୍ନଟ କରାଯାଇଛି।

କଣ୍ଟେନମେଣ୍ଟ ଜୋନ୍ ପରିଚାଳନା ଲାଗି ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ସ୍ଥାନୀୟ ଜନସାଧାରଣ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସହାୟତା ପାଇଁ ନିଗମର ସ୍ୱାସ୍ଥ୍ୟ ଅଧିକାରୀ ସୁଶିଲ କୁମାର ପରିଡ଼ା (ମୋବାଇଲ୍ ନମ୍ବର: ୯୧୭୮୨୭୭୨୭୭) ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଲାଗି ପ୍ରିୟବ୍ରତ ମହାପାତ୍ରଙ୍କ (ମୋବାଇଲ୍ ନମ୍ବର: ୮୩୨୭୭୭୧୬୯୫) ସହ ଯେଗାଯୋଗ କରିପାରିବେ ବୋଲି କୁହାଯାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe