/odisha-reporter/media/post_attachments/uploads/2021/03/bnbc.jpg)
bnbc
ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି)ର ୩ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ଏ ସଂପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି, ସଂକ୍ରମିତ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ଭାବେ ଆଇସୋଲେସନରେ ରଖାଯାଇଛି । ନିଟ୍ କ୍ୟାମ୍ପସରେ ଯେଭଳି ସଂକ୍ରମଣ ଆଉ ନ ବ୍ୟାପିବ ସେ ନେଇ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଉଛି।
ସୁନ୍ଦରଗଡ଼ ଜିଲ୍ଲାରେ ଗତ ୩ ଦିନ ହେଲା କୋରନା ପଜିଟିଭଙ୍କ ସଂଖ୍ୟା ୨୦ ଉପରେ ରହିଥିବାବେଳେ ଆଜି ଏହି ଜିଲ୍ଲାରୁ ସର୍ବାଧିକ ୨୭ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଉରକେଲା ରେଳ ଷ୍ଟେସନରେ ରେଳ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି l ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଯାଞ୍ଚ କରୁଥିବାବେଳେ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ମଧ୍ୟ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଅଧ୍ୟାପିକା ହୋଇଥିବା ବେଳେ ଅନ୍ୟ ଜଣେ ବିଦ୍ୟାର୍ଥୀ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
