Advertisment

ନଡ଼ିଆ ଦଉଡ଼ି ଭିତରେ ଯାଉଥିଲା ଗଞ୍ଜେଇ, ଧରିଲା ଛତିଶଗଡ଼ ପୁଲିସ୍

ସୁନ୍ଦରଗଡ଼ (ବିଜୟ ବରୁଆ): ଓଡିଶାର ଗଜପତି ଜିଲ୍ଲାରୁ ବିହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଏବେ ଛତିଶଗଡ଼ ପୁଲିସ ଏହି ଗଞ୍ଜେଇକୁ ଜବତ କରିଛି। ଛତିଶଗଡ଼ ପୁଲିସ୍ ପ୍ରାୟ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି। ମହାସମୁନ୍ଦ ଜିଲ୍ଲା ବାଗବାହାର ଥାନା ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ୭ କ୍ୱିଣ୍ଟାଲ ଗଞ୍ଜେଇ ସହିତ ଗିରଫ କରିଛି, ଯାହାର ମୂଲ୍ୟ ୧ କୋଟି ୪୦ ଲକ୍ଷ ଟଙ୍କା ହେବ। ପୁଲିସ୍ ନାର୍କୋଟିକ୍ ଆକ୍ଟ […]

ନଡ଼ିଆ ଦଉଡ଼ି ଭିତରେ ଯାଉଥିଲା ଗଞ୍ଜେଇ, ଧରିଲା ଛତିଶଗଡ଼ ପୁଲିସ୍

ganja

Advertisment

ସୁନ୍ଦରଗଡ଼ (ବିଜୟ ବରୁଆ): ଓଡିଶାର ଗଜପତି ଜିଲ୍ଲାରୁ ବିହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଏବେ ଛତିଶଗଡ଼ ପୁଲିସ ଏହି ଗଞ୍ଜେଇକୁ ଜବତ କରିଛି। ଛତିଶଗଡ଼ ପୁଲିସ୍ ପ୍ରାୟ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି। ମହାସମୁନ୍ଦ ଜିଲ୍ଲା ବାଗବାହାର ଥାନା ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ୭ କ୍ୱିଣ୍ଟାଲ ଗଞ୍ଜେଇ ସହିତ ଗିରଫ କରିଛି, ଯାହାର ମୂଲ୍ୟ ୧ କୋଟି ୪୦ ଲକ୍ଷ ଟଙ୍କା ହେବ। ପୁଲିସ୍ ନାର୍କୋଟିକ୍ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

ଉଭୟ ଗିରଫ ଅଭିଯୁକ୍ତ ପିକଅପ୍ ଭ୍ୟାନରେ ନଡ଼ିଆର ଦଉଡ଼ି ମଧ୍ୟରେ ଲୁଚି ରହି ଓଡ଼ିଶାରୁ ବିହାରକୁ ଯାଉଥିଲେ। ହେଲେ ବାଗବାହାର-ପିଥୋରା ମୋଡରେ ଗାଡି ଯାଞ୍ଚ ବେଳେ ପୁଲିସ ସେମାନଙ୍କୁ ଧରିଥିଲା। ଗିରଫ ଉଭୟ ଅଭିଯୁକ୍ତ ବିହାରର ବାସିନ୍ଦା। ଅଭିଯୁକ୍ତମାନେ ଏହା ପୂର୍ବରୁ ମଧ୍ୟ ଟ୍ରେନ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରିସାରିଛନ୍ତି।

ସୂଚନାଯୋଗ୍ୟ, ପୁଲିସ୍ ପିଥୋରା ଚକ୍ ବାଗବ୍ରାଠାରେ ଯାଞ୍ଚ କରୁଥିଲା ବେଳେ ଏହି ସମୟରେ ଏକ ମହିନ୍ଦ୍ରା ପିକଅପ୍ ନମ୍ବର JH01 BG 5116 ଓଡ଼ିଶା ପାର୍ଶ୍ୱରୁ ଦ୍ରୁତ ବେଗରେ ଆସୁଥିଲା। ଯେତେବେଳେ ପୁଲିସ ଗାଡ଼ିକୁ ଅଟକ ରଖି ଖୋଜାଖୋଜି କଲା, ଗାଡ଼ିରେ ୨ ଜଣ ଲୋକ ବସିଥିଲେ। ସେମାନଙ୍କଠାରୁ ୭୦ ପ୍ୟାକେଟରେ ପ୍ରାୟ ୭୦୦ କିଲୋଗ୍ରାମ ବା ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି।

Advertisment

ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ଭଗବତପୁର ପୁଲିସ ଥାନା ଅଞ୍ଚଳର ଚାନ୍ଦି ଜିଲ୍ଲା ଭୋଜପୁର (ବିହାର)ର ରବୀନ୍ଦ୍ର ତିୱାରୀ ଏବଂ କୁସୁମୀ ପୋଷ୍ଟ ଜାମୋଡି ପୁଲିସ ଷ୍ଟେସନ ତାରାରି ଜିଲ୍ଲା ଭୋଜପୁର (ବିହାର)ର ଛୋଟେଲାଲ ଯାଦବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe