Advertisment

ବିନା ଲାଇସେନ୍ସ, ପରମିଶନରେ ଗଡ଼ୁଥିଲା ବସ୍‌; ଫାଇନ୍‌ ପଡ଼ିଲା ୩ .୭୦ ଲକ୍ଷ

ସୁନ୍ଦରଗଡ(ବିଜୟ ବରୁଆ): କୌଣସି ପ୍ରକାର ଲାଇସେନ୍ସ, ପରମିଶନ ନ ଥାଇ ବି ରାସ୍ତାରେ ବେଧଡ଼କ ଗଡ଼ୁଥିଲା ବସ୍‌। ଏପରିକି ଭଡ଼ାରେ ପଠାଇ ମୋଟା ଅଙ୍କର ଟଙ୍କା  ଆଦାୟ କରୁଥିଲେ ମାଲିକ। ଶେଷରେ ମାଡ଼ ବସିଲା ପରିବହନ ବିଭାଗ । ବର ଯାତ୍ରୀ ଧରି ଏକ ବିବାହ ଉତ୍ସବରୁ ଫେରୁଥିବା ‘କ୍ରିଷ୍ଣାଜୀ’ ନାମକ ଯାତ୍ରୀବାହି  ବସ୍‌କୁ  ସୁନ୍ଦରଗଡ ପରିବହନ ବିଭାଗ ଅଧିକାରୀ ଅଟକାଇ  ଯାଞ୍ଚ ପରେ ୩ ଲକ୍ଷ ୭୦ ହଜାର ୧୭୨ ଟଙ୍କା ଫାଇନ କାଟିଛନ୍ତି । […]

ଅଦ୍ୟତନ ହୋଇଛି
ବିନା ଲାଇସେନ୍ସ, ପରମିଶନରେ ଗଡ଼ୁଥିଲା ବସ୍‌; ଫାଇନ୍‌ ପଡ଼ିଲା  ୩ .୭୦ ଲକ୍ଷ

bus

Advertisment

ସୁନ୍ଦରଗଡ(ବିଜୟ ବରୁଆ): କୌଣସି ପ୍ରକାର ଲାଇସେନ୍ସ, ପରମିଶନ ନ ଥାଇ ବି ରାସ୍ତାରେ ବେଧଡ଼କ ଗଡ଼ୁଥିଲା ବସ୍‌। ଏପରିକି ଭଡ଼ାରେ ପଠାଇ ମୋଟା ଅଙ୍କର ଟଙ୍କା  ଆଦାୟ କରୁଥିଲେ ମାଲିକ। ଶେଷରେ ମାଡ଼ ବସିଲା ପରିବହନ ବିଭାଗ । ବର ଯାତ୍ରୀ ଧରି ଏକ ବିବାହ ଉତ୍ସବରୁ ଫେରୁଥିବା ‘କ୍ରିଷ୍ଣାଜୀ’ ନାମକ ଯାତ୍ରୀବାହି  ବସ୍‌କୁ  ସୁନ୍ଦରଗଡ ପରିବହନ ବିଭାଗ ଅଧିକାରୀ ଅଟକାଇ  ଯାଞ୍ଚ ପରେ ୩ ଲକ୍ଷ ୭୦ ହଜାର ୧୭୨ ଟଙ୍କା ଫାଇନ କାଟିଛନ୍ତି । ଏଥିସହ ବସ୍‌ଟିକୁ ଜବତ କରାଯାଇଛି।

Advertisment

‘କ୍ରୀଷ୍ଣାଜୀ’ ନାମକ ଯାତ୍ରୀବାହି ବସ୍‌ ଦେବଗଡ଼ରୁ ଝାଡ଼ଖଣ୍ଡ କୁର୍ଡେଗକୁ ବରଯାତ୍ରୀ  ଧରି ଯାଇଥିବା ବେଳେ ଗତ ରାତିରେ ଫେରୁଥିଲା।  ଗତକାଲି ରାତି ପ୍ରାୟ ୧୧ଟା ବେଳେ ସଦର ଥାନା କରମଡିହି ନିକଟରେ ପରିବହନ ବିଭାଗ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ମୁର୍ମୁ ଚେକିଂ କରୁଥିବା ବେଳେ ଗାଡ଼ିଟିକୁ ଅଟକାଇଥିଲେ। 

ବସ୍‌ର କାଗଜପତ୍ର ଯାଞ୍ଚ ବେଳେ ଗାଡ଼ିଟି ଅଫ-ରୋଡ ଥିବା ଜଣାପଡ଼ିଥିଲା। ଏଥିସହ ଗାଡ଼ିର ଇନସୁରାନ୍ସ, ଫିଟନେସ୍‌, ରୋଡ ପରମିଟ, ପଲ୍ୟୁସନ ସାର୍ଟିଫିକେଟ ନ ଥିବା ବେଳେ  ଟ୍ୟାକ୍ସ ଭରଣା ହୋଇ ନ ଥିଲା।  ଅଫ୍-ରୋଡ ଥିବା ସତ୍ତ୍ୱେ ଗାଡ଼ିଟି ରାସ୍ତାରେ ଗଡ଼ୁଥିବା ବେଳେ କୌଣସି ପ୍ରକାର ଲାଇସେନ୍ସ, ପରମିଶନ ନ ଥିବାରୁ  ଗାଡ଼ି ଉପରେ ସମୁଦାୟ ୩ ଲକ୍ଷ ୭୦ ହଜାର ୧୭୨ ଟଙ୍କା ଫାଇନ୍‌ ପଡ଼ିଛି। ପରିବହନ ବିଭାଗ ଗାଡ଼ିଟିକୁ ଜବତ କରିଥିବା ବେଳେ ସେଥିରେ ଥିବା ବର ଯାତ୍ରୀଙ୍କୁ ଅନ୍ୟ ଏକ ଗାଡ଼ି କରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠା ଯାଇଥିବା ଜଣାଯାଇଛି।

Advertisment

ପରିବହନ ବିଭାଗ ଏବେ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରିବା ସହ ମୋଟା ଅଙ୍କର ଫାଇନ୍‌ କାଟୁଛି। ଏହା ଦେଖି ଛାନିଆ ହୋଇଗଲେଣି ଗାଡ଼ି ମାଲିକ । ବିନା କାଗଜପତ୍ରରେ ଗାଡ଼ି ରାସ୍ତାକୁ ଓହ୍ଲାଇବାକୁ ଆଉ ସେମାନେ ଠିକ୍‌ ମଣୁ ନାହାନ୍ତି।  ଗତ ଗୁରୁବାର ଭୁବନେଶ୍ୱର ଡମଣା ଛକରେ ଏକ ବସ୍‌ ଉପରେ ପଡ଼ିଥିଲା ୨ ଲକ୍ଷ ୩୩ ହଜାର ଫାଇନ୍ । ଏହା ପୂର୍ବରୁ ଗତ ୨୦ ତାରିଖରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍‌ ଉପରେ ୪ ଲକ୍ଷର ଫାଇନ୍‌ ପକାଇଥିଲା ପରିବହନ ବିଭାଗ  ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe