Advertisment

୨,୦୦୦ ବଦଳରେ ୨୮,୨୫୦ ଟଙ୍କା ଫାଇନ୍

ରାଜଗାଙ୍ଗପୁର(ବିଶ୍ଵକେତନ ରାୟ):ସୁନ୍ଦରଗଡ଼ ପରିବହନ ବିଭାଗ କର୍ମଚାରୀଙ୍କ ଜୁଲମ। ୫୦୦୦ ପରେ ଅତିକମରେ ୨୦୦୦ ନଦେଲେ ଫାଇନ ହେଲା ୨୮,୨୫୦ ଟଙ୍କା ଙ୍କା।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଗାଙ୍ଗପୁର ରାଜ୍ୟ ରାଜପଥ ଲିପଲୋଇ ବାଇପାସ ଠାରେ। ରାଜଗାଙ୍ଗପୁରରୁ ଏକ ପିକ୍ଅପ ଭ୍ୟାନ (0D14W0467) ଟମାଟୋ ନେଇ କୁତ୍ରା ଯାଉଥିବା ବେଳେ ଆଞ୍ଚଳିକ ପରିବହନ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଟମାଟୋ ନେଇ ଯାଉଥିବା ପିକ୍ଅପ ଭ୍ୟାନ 0D14W0467 ଡ୍ରାଇଭରଙ୍କ ଅଭିଯୋଗ ଅନୁଯାୟୀ, ଗାଡ଼ିର ଓଭର […]

author-image
Tapas Behera
ଅଦ୍ୟତନ ହୋଇଛି
୨,୦୦୦ ବଦଳରେ ୨୮,୨୫୦ ଟଙ୍କା ଫାଇନ୍

5ti

ରାଜଗାଙ୍ଗପୁର(ବିଶ୍ଵକେତନ ରାୟ):ସୁନ୍ଦରଗଡ଼ ପରିବହନ ବିଭାଗ କର୍ମଚାରୀଙ୍କ ଜୁଲମ। ୫୦୦୦ ପରେ ଅତିକମରେ ୨୦୦୦ ନଦେଲେ ଫାଇନ ହେଲା ୨୮,୨୫୦ ଟଙ୍କା ଙ୍କା।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଗାଙ୍ଗପୁର ରାଜ୍ୟ ରାଜପଥ ଲିପଲୋଇ ବାଇପାସ ଠାରେ। ରାଜଗାଙ୍ଗପୁରରୁ ଏକ ପିକ୍ଅପ ଭ୍ୟାନ (0D14W0467) ଟମାଟୋ ନେଇ କୁତ୍ରା ଯାଉଥିବା ବେଳେ ଆଞ୍ଚଳିକ ପରିବହନ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଟମାଟୋ ନେଇ ଯାଉଥିବା ପିକ୍ଅପ ଭ୍ୟାନ 0D14W0467 ଡ୍ରାଇଭରଙ୍କ ଅଭିଯୋଗ ଅନୁଯାୟୀ, ଗାଡ଼ିର ଓଭର ଲୋଡ଼ ଥିବା କହି ପ୍ରଥମେ ୫,୦୦୦ ପରେ ଅତିକମରେ ୨୦୦୦  ଫାଇନ ପାଇଁ କହିଥିଲେ ଆଞ୍ଚଳିକ କର୍ମଚାରୀ। ଡ୍ରାଇଭର ପାଖରେ ଟଙ୍କା ନଥିଲା । ମାଲିକକୁ ଫୋନ କରୁଛି କହିଲା ପରେ ମୋବାଇଲ ଛଡାଇ ନିଆଯାଇଥିଲା। ପରେ ଡ୍ରାଇଭର ଜଣକ ନିଜ DL ଦେଖାଇଥିଲେ ମଧ୍ୟ କିଛି ନଦେଖି ଆଖି ବୁଜା ଫାଇନ କରିଥିଲେ ୨୮,୨୫୦  ଟଙ୍କା । ରାଜ୍ୟ ସରକାର କରୋନା ସମୟରେ ଜୀବନ ଜୀବିକା କୁ ଅଗ୍ରାଧିକାର ଦେଉଥିବା ବେଳେ ଏଭଳି ଏକ ଘଟଣା ବେଶ ଚିନ୍ତାଜନକ କାରଣ ହୋଇଛି।

Advertisment