Advertisment

ବଜ୍ରପାତ ନେଲା ଛାତ୍ରର ଜୀବନ

ବୀରମିତ୍ରପୁର (ରାକେଶ ସାହୁ): ଆକାଶରୁ ଖସିଲା ନିଆଁ। ଖେଳୁଥିବା ବେଳେ ଚାଲିଗଲା ନାବାଳକଙ୍କ ଜୀବନ। ଆଜି ଏମିତି ଏକ ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଝାରବେଡା ପଞ୍ଚାୟତ ସଂଲଗ୍ନ କରମା ବାହାଲ ଗ୍ରାମସ୍ଥିତ ସାହୁପଡା ବସ୍ତିରେ। ଯେଉଁଠାରେ ଜଣେ ନାବାଳକର ବଜ୍ରପାତରେ ମୃତ୍ୟୁ ଘଟିଛି। ଗାଁର ବାସିନ୍ଦା ୱିଲିୟମ୍ କୁଲୁଙ୍କ ୧୨ ବର୍ଷର ଶିଶୁ ପୁତ୍ର ଅଶ୍ୱିନ କୁଲୁ ନିଜ ଘର ଅଗଣାରେ ଖେଳୁଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ମାରିଥିଲା। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଯୁବକ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

Dead Body

ବୀରମିତ୍ରପୁର (ରାକେଶ ସାହୁ): ଆକାଶରୁ ଖସିଲା ନିଆଁ। ଖେଳୁଥିବା ବେଳେ ଚାଲିଗଲା ନାବାଳକଙ୍କ ଜୀବନ। ଆଜି ଏମିତି ଏକ ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଝାରବେଡା ପଞ୍ଚାୟତ ସଂଲଗ୍ନ କରମା ବାହାଲ ଗ୍ରାମସ୍ଥିତ ସାହୁପଡା ବସ୍ତିରେ। ଯେଉଁଠାରେ ଜଣେ ନାବାଳକର ବଜ୍ରପାତରେ ମୃତ୍ୟୁ ଘଟିଛି।

Advertisment

ଗାଁର ବାସିନ୍ଦା ୱିଲିୟମ୍ କୁଲୁଙ୍କ ୧୨ ବର୍ଷର ଶିଶୁ ପୁତ୍ର ଅଶ୍ୱିନ କୁଲୁ ନିଜ ଘର ଅଗଣାରେ ଖେଳୁଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ମାରିଥିଲା। ଆଉ ଏହି ବଜ୍ରପାତରେ ଅଶ୍ୱିନୀ ତଳେ ପଡିଯାଇଥିଲେ।

ପରିବାର ଲୋକେ ତୁରନ୍ତ ତାକୁ ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ୍ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ବଜ୍ରପାତରେ ମୃତ୍ୟୁବରଣ କରିଥିବା ଶିଶୁ ଜଣକ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Advertisment