ରାଉରକେଲା(ସତ୍ୟାନନ୍ଦ ମହାନ୍ତି ): ଜୀବନ ମରଣ ମଧ୍ୟରେ ଛକାପଞ୍ଝା। କିଏ ଜିତିବ ତାକୁ ନେଇ ଲାଗି ରହିଥିଲା ଆଶାଆଶଙ୍କା। ଶେଷରେ ଜିତିଲା ଜୀବନ। ମରଣ ମୁହଁରେ ଦୀର୍ଘ ୫ ଦିନ ଫସି ରହିବା ପରେ ବେଶ୍ ଖୁସି ମନରେ ଆସି ବାହାରର ଆଲୋକ ଦେଖିଲା ବିଲେଇ। ବିଲେଇକୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଥିବା ଜଣାଯାଇଛି। ମାନବିକତାର ଏପରି ଉଦାହରଣ ଦେଖିବାକୁ ମିଳିଛି ରାଉରକେଲା ପାନପୋଷ ରୋଡ଼ର ସିଭିଲ ଟାଉନଶିପ ନିକଟରେ ।
ଖୁସି ମନରେ ଏ ଜାଗାରୁ ସେ ଜାଗାକୁ ଘୂରି ବୁଲୁଥିବା ବିଲେଇଟି ଯାହା ମିଳୁଥିଲା ଖାଇ ଦେଉଥିଲା। ମାତ୍ର ୫ ଦିନ ପୂର୍ବେ ବିଲେଇଟି ସିଭିଲ ଟାଉନଶିପ ନିକଟରେ ଥିବା ପ୍ରଫୁଲ ଟାୱାରର ଚାରି ତାଲା ତାଜାରେ ଫସି ରହିଯାଇଥିଲା । ସେଠାରୁ ବାହାରିବାକୁ କୌଣସି ରାସ୍ତା ନଥିବାରୁ ବିଲେଇ ସେଠାରେ ପଡ଼ି ରହିଥିଲା ।
[caption id="attachment_620005" align="aligncenter" width="650"] ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।[/caption]
ସୌଭାଗ୍ୟବଶଃତ ସ୍ଥାନୀୟ ଲୋକ ଏହା ଦେଖିବା ପରେ ବିଲେଇକୁ ଖାଦ୍ୟ ଏବଂ ପାଣି କୌଣସି ପ୍ରକାର ଦେଉଥିଲେ । ତେବେ ଆଜି ଫାୟାର ବ୍ରିଗେଡ଼ ଟିମ୍କୁ ଲୋକମାନେ ଡାକିଥିଲେ । ଫାୟାର ଟିମ୍ କର୍ମଚାରୀ ବିପଦଶଙ୍କୁଳ ଅବସ୍ଥାରେ ବିଲେଇଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ବିଲେଇ ଉଦ୍ଧାର ପରେ ସ୍ଥାନୀୟ ଲୋକମାନେ ତାଳି ବଜାଇ ଫାୟାର ଟିମ୍କୁ ସ୍ୱାଗତ କରିଥିଲେ ।
ଅଧିକ ପଢ଼ନ୍ତୁ >> ଏଠି ବିଲେଇ ମୁହଁ ଦେଖିଲେ ଶୁଭ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।