Advertisment

ଖେଳୁ ଖେଳୁ ୪ ତାଲାରେ ଫସି ଗଲା ବିଲେଇ, ତା’ ପରେ...

ରାଉରକେଲା(ସତ୍ୟାନନ୍ଦ ମହାନ୍ତି ): ଜୀବନ ମରଣ ମଧ୍ୟରେ ଛକାପଞ୍ଝା। କିଏ ଜିତିବ ତାକୁ ନେଇ ଲାଗି ରହିଥିଲା ଆଶାଆଶଙ୍କା। ଶେଷରେ ଜିତିଲା ଜୀବନ। ମରଣ ମୁହଁରେ ଦୀର୍ଘ ୫ ଦିନ ଫସି ରହିବା ପରେ ବେଶ୍‌ ଖୁସି ମନରେ ଆସି ବାହାରର ଆଲୋକ ଦେଖିଲା ବିଲେଇ। ବିଲେଇକୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଥିବା ଜଣାଯାଇଛି। ମାନବିକତାର ଏପରି ଉଦାହରଣ ଦେଖିବାକୁ ମିଳିଛି ରାଉରକେଲା ପାନପୋଷ ରୋଡ଼ର ସିଭିଲ ଟାଉନଶିପ ନିକଟରେ […]

ଅଦ୍ୟତନ ହୋଇଛି
ଖେଳୁ ଖେଳୁ ୪ ତାଲାରେ ଫସି ଗଲା ବିଲେଇ, ତା’ ପରେ...

cat01

Advertisment

ରାଉରକେଲା(ସତ୍ୟାନନ୍ଦ ମହାନ୍ତି ): ଜୀବନ ମରଣ ମଧ୍ୟରେ ଛକାପଞ୍ଝା। କିଏ ଜିତିବ ତାକୁ ନେଇ ଲାଗି ରହିଥିଲା ଆଶାଆଶଙ୍କା। ଶେଷରେ ଜିତିଲା ଜୀବନ। ମରଣ ମୁହଁରେ ଦୀର୍ଘ ୫ ଦିନ ଫସି ରହିବା ପରେ ବେଶ୍‌ ଖୁସି ମନରେ ଆସି ବାହାରର ଆଲୋକ ଦେଖିଲା ବିଲେଇ। ବିଲେଇକୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଥିବା ଜଣାଯାଇଛି। ମାନବିକତାର ଏପରି ଉଦାହରଣ ଦେଖିବାକୁ ମିଳିଛି ରାଉରକେଲା ପାନପୋଷ ରୋଡ଼ର ସିଭିଲ ଟାଉନଶିପ ନିକଟରେ ।

Advertisment

ଖୁସି ମନରେ ଏ ଜାଗାରୁ ସେ ଜାଗାକୁ ଘୂରି ବୁଲୁଥିବା ବିଲେଇଟି  ଯାହା ମିଳୁଥିଲା ଖାଇ ଦେଉଥିଲା। ମାତ୍ର ୫ ଦିନ ପୂର୍ବେ ବିଲେଇଟି  ସିଭିଲ ଟାଉନଶିପ ନିକଟରେ ଥିବା ପ୍ରଫୁଲ ଟାୱାରର ଚାରି ତାଲା ତାଜାରେ ଫସି ରହିଯାଇଥିଲା । ସେଠାରୁ ବାହାରିବାକୁ କୌଣସି ରାସ୍ତା ନଥିବାରୁ ବିଲେଇ ସେଠାରେ ପଡ଼ି ରହିଥିଲା ।

[caption id="attachment_620005" align="aligncenter" width="650"]rescue operation ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।[/caption]

Advertisment

ସୌଭାଗ୍ୟବଶଃତ ସ୍ଥାନୀୟ ଲୋକ ଏହା ଦେଖିବା ପରେ ବିଲେଇକୁ ଖାଦ୍ୟ ଏବଂ ପାଣି କୌଣସି ପ୍ରକାର ଦେଉଥିଲେ । ତେବେ ଆଜି ଫାୟାର ବ୍ରିଗେଡ଼ ଟିମ୍‌କୁ ଲୋକମାନେ ଡାକିଥିଲେ । ଫାୟାର ଟିମ୍‌ କର୍ମଚାରୀ ବିପଦଶଙ୍କୁଳ ଅବସ୍ଥାରେ ବିଲେଇଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ବିଲେଇ ଉଦ୍ଧାର ପରେ ସ୍ଥାନୀୟ ଲୋକମାନେ ତାଳି ବଜାଇ ଫାୟାର ଟିମ୍‌କୁ ସ୍ୱାଗତ କରିଥିଲେ ।

ଅଧିକ ପଢ଼ନ୍ତୁ >> ଏଠି ବିଲେଇ ମୁହଁ ଦେଖିଲେ ଶୁଭ

Odia Offbeat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe