/odisha-reporter/media/post_attachments/uploads/2021/04/hungry-child.jpg)
hungry-child
ବଣାଇ (ରଣଜିତ ଚୌଧୁରୀ): ଖଣି ଖାଦାନ ପରି ପ୍ରାଚୁର୍ଯ୍ୟ ଭରା ସୁନ୍ଦରଗଡ଼ ଜିଲ୍ଲାରେ ଭୋକର ବିକଳ ଚିତ୍ର। ଖାଇବାକୁ ନପାଇ ଜଣେ ଛୋଟ ପିଲା ଅଇଁଠା ପତର ଚାଟୁଛି। ଏହି ଭିଡିଓ ସୋଶାଲ୍ ମିଡିଆରରେ ଭାଇରାଲ୍ ହେବା ପରେ ଶୋଇ ରହିଥିବା ପ୍ରଶାସନ ଚେଇଁ ଉଠିଛି। ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ତନାଘନା।
କୋଇଡ଼ା ବ୍ଲକ୍ ଅନ୍ତର୍ଗତ ମାଲଦା ପଞ୍ଚାୟତ ଗଣୁଆ ଗାଁର ରାବଣ ମୁଣ୍ଡା। ୩ ବର୍ଷ ତଳେ ପତ୍ନୀଙ୍କୁ ହରାଇଥିଲେ। ପତ୍ନୀଙ୍କ ମୃତ୍ୟୁ ଭାଙ୍ଗି ପଡ଼ିଛନ୍ତି। କାମଦାମ ଠିକ୍ରେ କରୁନାହାନ୍ତି। ଯାହାଫଳରେ ୩ ଟି ଛୋଟ୍ ଛୋଟ ପିଲା ଖାଇବାକୁ ନପାଇ ନାନା ହଇରାଣ ହେଉଛନ୍ତି। ସେଥିପାଇଁ ପିଲାମାନେ ବାହାରେ ବୁଲି ଅଇଁଠା ପତ୍ର ଚାଟୁଥିବା ଅଭିଯୋଗ ହୋଇଛି।
ଅଇଁଠା ପତ୍ର ଚାଟିବାର ଦୃଶ୍ୟ ଭାଇରାଲ୍ ହେବା ପରେ ସରପଞ୍ଚ ରାବଣଙ୍କ ଘରକୁ ଯାଇ ୨୫ କେଜି ଚାଉଳ ଦେଇଛନ୍ତି। କୋଇଡା BDO ପଲ୍ଲବୀ ରାଜ ଏହି ଘଟଣାର ତଦନ୍ତ ଲାଗି ଏକ ଟିମ୍କୁ ଗାଁକୁ ପଠାଇଛି। ସରକାରୀ ସ୍ତରରେ କିପରି ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ, ସେଥିପାଇଁ ଉଦ୍ୟମ ଚାଲିଛି ବୋଲି BDO କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
