Advertisment

ଭୋକର ବିକଳ ଚିତ୍ର: ରାସ୍ତାରେ ଅଇଁଠା ପତ୍ର ଚାଟୁଛି କଅଁଳ ଶିଶୁ

ବଣାଇ (ରଣଜିତ ଚୌଧୁରୀ): ଖଣି ଖାଦାନ ପରି ପ୍ରାଚୁର୍ଯ୍ୟ ଭରା ସୁନ୍ଦରଗଡ଼ ଜିଲ୍ଲାରେ ଭୋକର ବିକଳ ଚିତ୍ର। ଖାଇବାକୁ ନପାଇ ଜଣେ ଛୋଟ ପିଲା ଅଇଁଠା ପତର ଚାଟୁଛି। ଏହି ଭିଡିଓ ସୋଶାଲ୍‌ ମିଡିଆରରେ ଭାଇରାଲ୍‌ ହେବା ପରେ ଶୋଇ ରହିଥିବା ପ୍ରଶାସନ ଚେଇଁ ଉଠିଛି। ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ତନାଘନା। କୋଇଡ଼ା ବ୍ଲକ୍ ଅନ୍ତର୍ଗତ ମାଲଦା ପଞ୍ଚାୟତ ଗଣୁଆ ଗାଁର ରାବଣ ମୁଣ୍ଡା। ୩ ବର୍ଷ ତଳେ ପତ୍ନୀଙ୍କୁ ହରାଇଥିଲେ। ପତ୍ନୀଙ୍କ ମୃତ୍ୟୁ ଭାଙ୍ଗି […]

ଅଦ୍ୟତନ ହୋଇଛି
ଭୋକର ବିକଳ ଚିତ୍ର: ରାସ୍ତାରେ ଅଇଁଠା ପତ୍ର ଚାଟୁଛି କଅଁଳ ଶିଶୁ  

hungry-child

Advertisment

ବଣାଇ (ରଣଜିତ ଚୌଧୁରୀ): ଖଣି ଖାଦାନ ପରି ପ୍ରାଚୁର୍ଯ୍ୟ ଭରା ସୁନ୍ଦରଗଡ଼ ଜିଲ୍ଲାରେ ଭୋକର ବିକଳ ଚିତ୍ର। ଖାଇବାକୁ ନପାଇ ଜଣେ ଛୋଟ ପିଲା ଅଇଁଠା ପତର ଚାଟୁଛି। ଏହି ଭିଡିଓ ସୋଶାଲ୍‌ ମିଡିଆରରେ ଭାଇରାଲ୍‌ ହେବା ପରେ ଶୋଇ ରହିଥିବା ପ୍ରଶାସନ ଚେଇଁ ଉଠିଛି। ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ତନାଘନା।

Advertisment

କୋଇଡ଼ା ବ୍ଲକ୍ ଅନ୍ତର୍ଗତ ମାଲଦା ପଞ୍ଚାୟତ ଗଣୁଆ ଗାଁର ରାବଣ ମୁଣ୍ଡା। ୩ ବର୍ଷ ତଳେ ପତ୍ନୀଙ୍କୁ ହରାଇଥିଲେ। ପତ୍ନୀଙ୍କ ମୃତ୍ୟୁ ଭାଙ୍ଗି ପଡ଼ିଛନ୍ତି। କାମଦାମ ଠିକ୍‌ରେ କରୁନାହାନ୍ତି। ଯାହାଫଳରେ ୩ ଟି ଛୋଟ୍‌ ଛୋଟ ପିଲା ଖାଇବାକୁ ନପାଇ ନାନା ହଇରାଣ ହେଉଛନ୍ତି। ସେଥିପାଇଁ ପିଲାମାନେ ବାହାରେ ବୁଲି ଅଇଁଠା ପତ୍ର ଚାଟୁଥିବା ଅଭିଯୋଗ ହୋଇଛି।

ଅଇଁଠା ପତ୍ର ଚାଟିବାର ଦୃଶ୍ୟ ଭାଇରାଲ୍‌ ହେବା ପରେ ସରପଞ୍ଚ ରାବଣଙ୍କ ଘରକୁ ଯାଇ ୨୫ କେଜି ଚାଉଳ ଦେଇଛନ୍ତି। କୋଇଡା BDO ପଲ୍ଲବୀ ରାଜ ଏହି ଘଟଣାର ତଦନ୍ତ ଲାଗି ଏକ ଟିମ୍‌କୁ ଗାଁକୁ ପଠାଇଛି। ସରକାରୀ ସ୍ତରରେ କିପରି ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ, ସେଥିପାଇଁ ଉଦ୍ୟମ ଚାଲିଛି ବୋଲି BDO କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe