/odisha-reporter/media/post_attachments/uploads/2021/06/5bn-1.jpg)
5bn
ବଣାଇ(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକରେ ବସବାସ କରୁଥିବା ପାଉଡ଼ି ଭୂୟାଁ ଜନଜାତିଙ୍କ ମଧ୍ୟରେ କରୋନା ନେଇ ସଚେତନତା ବଢାଇବା ଲାଗି ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ପ୍ରଶାସନ ଟ୍ରେସିଂ, ଟେଷ୍ଟିଂ ଏବଂ ଆଇସୋଲେସନକୁ ଗୁରୁତ୍ୱ ଦେଇଛି । ପାଉଡ଼ି ଭୂୟାଁ ଅଞ୍ଚଳରେ ଆଶା, ଅଙ୍ଗନବାଡ଼ି କର୍ମୀ ଓ ସ୍ୱେଚ୍ଛାସେବୀ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି । ଶରୀରର ତାପମାତ୍ରା ସହ ଅକ୍ସିଜେନ ସ୍ତର ମପାଯାଉଛି ।
ଯାହା ପାଖରେ କିଛି ଲକ୍ଷଣ ଦେଖାଯାଉଛି ସେମାନଙ୍କୁ କୋଭିଡ୍ ପରୀକ୍ଷା କରାଯାଉଛି । ସେହିପରି ଆକ୍ରାନ୍ତ ଚିହ୍ନଟ ହେଲେ ସେମାନଙ୍କୁ ଆଇସୋଲେସନରେ ରହିବା ଲାଗି ଟିଏମ୍ସିର ବ୍ୟବସ୍ଥା କରାଯାଇଛି।
ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ବଣାଇସ୍ଥିତ କୋଭିଡ୍ କେୟାର ସେଣ୍ଟର କିମ୍ବା ରାଉରକେଲାସ୍ଥିତ ସରକାରୀ କୋଭିଡ୍ ହସ୍ପିଟାଲକୁ ଆଣିବା ଲାଗି ବ୍ୟବସ୍ଥା କରାଯାଇଛି। ସେପଟେ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ପରିବାରକୁ ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା ପକ୍ଷରୁ ରାସନ କିଟ୍ ଯୋଗାଯାଇଛି। ଯେଉଁଥିରେ ଚାଉଳ, ଡାଲି, ତେଲ ସହିତ ବିଭିନ୍ନ ଶୁଖିଲା ଖାଦ୍ୟ ସାମଗ୍ରୀ ରହିଛି । ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ କଥା ବୁଝିବା ଲାଗି ଗଠନ ହୋଇଛି ରାପିଡ୍ ରେସପନ୍ସ ଟିମ୍ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
